ETV Bharat / state

ହେତୁବାଦୀଙ୍କ କୁଶପୁତ୍ତଳିକା ଦାହ କଲେ ସେବାୟତ ସଂଘ

author img

By

Published : Nov 10, 2022, 2:14 PM IST

ଗ୍ରହଣ ସମୟରେ ଆମିଷ ଭକ୍ଷଣ କରିବା ସହ ଜଗନ୍ନାଥଙ୍କ ଉପରେ କଟୁ ମନ୍ତବ୍ୟ ଦେଇଥିବା ହେତୁବାଦୀଙ୍କ କୁଶ ପୁତ୍ତଳିକା ଦାହ କଲେ ମୟୂରଭଞ୍ଜ ସେବାୟତ ସଂଘ । ଅଧିକ ପଢନ୍ତୁ

ଜଗନ୍ନାଥଙ୍କ ଉପରେ କଟୁ ମନ୍ତବ୍ୟ,
ଜଗନ୍ନାଥଙ୍କ ଉପରେ କଟୁ ମନ୍ତବ୍ୟ,

ବାରିପଦା: ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀ ସଂଗଠନ ତରଫରୁ ଚିକେନ ବିରିୟାନୀ ଖାଇବାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମଧ୍ୟରେ ଯୁକ୍ତିତର୍କ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ହେତୁବାଦୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ସେବାୟତ ସଂଘ ।

ଜଗନ୍ନାଥଙ୍କ ଉପରେ କଟୁ ମନ୍ତବ୍ୟ,

ଏହା ମଧ୍ୟ ପଢନ୍ତୁ: ମାଳଦ୍ୱୀପର ଲଜ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଭାରତୀୟ ଜୀବନ୍ତ ଦଗ୍ଧ ସୂଚନା

ଓଡିଶା ମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ହେତୁବାଦୀମାନଙ୍କୁ ଚପଲରେ ମରିବା ପରେ ସେମାନଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ହେତୁବାଦୀମାନେ ଜଗନ୍ନାଥଙ୍କ ନିକଟରେ ଆମିଷ ଭୋଗ ଲଗାଇବା ଓ ରାମାୟଣରେ ରାମ ସୀତା ଲକ୍ଷ୍ମଣଙ୍କୁ ନେଇ କଟୁ ମନ୍ତବ୍ୟକୁ ଘୋର ବିରୋଧ କରିଛି ସେବାୟତ ସଂଘ । ଏ ଭଳି ଘଟଣାକୁ ନିନ୍ଦା କରିବା ସହିତ ସେମାନଙ୍କ କୁଶ ପୁତ୍ତଳିକା ଦାହ କରିଛି ରାଜ୍ୟ ମନ୍ଦିର ସେବାୟତ ସଙ୍ଘ । ହେତୁବାଦୀମାନଙ୍କ ପଛରେ ବିଦେଶ ଟଙ୍କା ଖର୍ଚ୍ଚ କରାଯାଇ ଧର୍ମନ୍ତିକରଣ କରାଯାଉଥିବା ରାଜ୍ୟ ମନ୍ଦିର ସେବା ସଙ୍ଘଠନର ସଭାପତି କାମେଶ୍ୱର ତ୍ରିପାଠୀ ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବଡଦାଣ୍ଡରେ ଚାଲି ଚାଲି ଗଲେ ଶ୍ରୀମନ୍ଦିର

ଏନେଇ ସେବାୟତ ସଙ୍ଘ ସଭାପତି କହିଛନ୍ତି, "ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ଆମିଷ ଭକ୍ଷଣକୁ ନେଇ ପରମ୍ପରାବାଦୀ ଏବଂ ହେତୁବାଦୀଙ୍କ ମଧ୍ୟରେ କଥାକଟାକଟି ଜାରି ରହିଛି । ଓଡିଶାର ପ୍ରତ୍ୟକ ଜାଗାରେ ବିରୋଧ କରାଯାଇଛି । ତେବେ ଆମେ ଜାଣିବାକୁ ପାଇଲୁ ହେତୁବାଦୀମାନେ ଜଗନ୍ନାଥଙ୍କ ନିକଟରେ ଆମିଷ ଭୋଗ ଲଗାଇବା ଓ ରାମାୟଣରେ ରାମ ସୀତା ଲକ୍ଷ୍ମଣଙ୍କୁ ନେଇ କଟୁ ମନ୍ତବ୍ୟ ଦେଇଥିବା ଆମେ ଜାଣିବାକୁ ପାଇଲୁ । ଆମେ ଏହାକୁ ଘୋର ବିରୋଧ କରୁଛୁ । ଠାକୁରଙ୍କୁ ନେଇ କୌଣସି ଆପତିଜନକ କଥା ଆମେ ଶୁଣିପାରିବୁ ନାହିଁ । ଧର୍ମକୁ ନେଇ ଆମେ ଲଢିବୁ । ସରକାର ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.