ETV Bharat / state

ମୟୂରଭଞ୍ଜରୁ ବିରଳ ଶାଗୁଣା ଉଦ୍ଧାର

author img

By

Published : Jan 3, 2021, 4:47 PM IST

Updated : Jan 3, 2021, 5:29 PM IST

ମୟୂରଭଞ୍ଜ ଖୁଣ୍ଟାପାଳ ଗାଁରୁ ବିରଳ ଶାଗୁଣା ଉଦ୍ଧାର । ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛି ବନ ବିଭାଗ । ଅଧିକ ପଢନ୍ତୁ...

ମୟୂରଭଞ୍ଜରୁ ବିରଳ ଶାଗୁଣା ଉଦ୍ଧାର
ମୟୂରଭଞ୍ଜରୁ ବିରଳ ଶାଗୁଣା ଉଦ୍ଧାର

ବାରିପଦା: ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଖୁଣ୍ଟାପାଳ ଗାଁରୁ ବିରଳ ଶାଗୁଣା ଉଦ୍ଧାର । ଆଜି(ରବିବାର) ବନ ବିଭାଗ ଶାଗୁଣାଟିକୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଖୁଣ୍ଟାପାଳ ଗାଁରେ ଥିବା କୁସୁମ ଗଛର ଏକ ଛୋଟ ଡାଳରେ ଶାଗୁଣାଟିଏ ବସିଥିଲା । ମାତ୍ର ଶାଗୁଣାର ଓଜନ ସମ୍ଭାଳି ନପାରି ଡାଳଟି ଭାଙ୍ଗିବାରୁ ଶାଗୁଣାଟି ତଳକୁ ଖସି ପଡ଼ିଥିଲା । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ।

ମୟୂରଭଞ୍ଜରୁ ବିରଳ ଶାଗୁଣା ଉଦ୍ଧାର

ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶଗୁଣାଟିକୁ ଉଦ୍ଧାର କରିଛି । ଏଥିସହ ଆହତ ଶାଗୁଣାର ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଥିବା ଜଣାପଡିଛି । ଉଦ୍ଧାର ଶାଗୁଣାର ଓଜନ ୧୫ କିଲୋଗ୍ରାମରୁ ଅଧିକ ହେବ । ଏହି ବିରଳ ଶାଗୁଣାଟି ସୁସ୍ଥ ହେବାପରେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jan 3, 2021, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.