ରାଇରଙ୍ଗପୁର: ମୟୂରଭଞ୍ଜ ଗୋରୁମହିଷାଣୀ ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ପୂର୍ବରୁ ସମ୍ପର୍କୀୟ ଦିଅର ଗିରଫ ହୋଇଥିବା ବେଳେ ଏବେ ଫେରାର ଥିବା ପୁତୁରାକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଳସୀଭଙ୍ଗା ଗ୍ରାମରେ ଘଟିଥିଲା ଏଭଳି ଲଜ୍ଜାଜନକ ଘଟଣା। ଜାନୁଆରୀ ମାସ ୧୫ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଶୌଚ ହେବାପାଇଁ ଯାଇଥିବା ବେଳେ ସମ୍ପର୍କୀୟ ଦିଅର ଓ ପୁତୁରା ପିଡୀତା ମହିଳାଙ୍କୁ ବଳପୂର୍ବକ ଟେକିନେଇ ଦୁଷ୍କର୍ମ କରିଥିଲେ।
ଏ ନେଇ ମହିଳା ଜଣକ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଦିଅର ମାସା ବାସ୍କେକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଅଭିଯୁକ୍ତ ପୁତୁରା ରମେଶ ବାସ୍କେ ଚଢେଇପାହାଡି ଗ୍ରାମପଞ୍ଚାୟତ ଅଧିନ ଧାନଟାଙ୍ଗର ଗ୍ରାମରେ ଆତ୍ମଗୋପନ କରିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରି ଅଭିଯୁକ୍ତ ପୁତୁରାକୁ ଗିରଫ କରାଯାଇଛି । ଏହା ସହ ଅଭିଯୁକ୍ତ ପୁତୁରାକୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ଗୋରୁମହିଷାଣୀ ଥାନା ପୋଲିସ ସୂଚନା ଦେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ