ETV Bharat / state

ବହୁଚର୍ଚ୍ଚିତ 10 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣା, ଦୋଷୀକୁ 10 ବର୍ଷ ଜେଲ

author img

By

Published : Feb 21, 2023, 7:22 AM IST

୧୦ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ । ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁମିତା ଜେନା ଏହି ରାୟ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ 10 ବର୍ଷ ଜେଲ
Mayurbhanj pocso court sentenced accused to 10 years in jail

ରାଇରଙ୍ଗପୁର: 10 ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ 10 ବର୍ଷ ଜେଲ ଦଣ୍ଡାଦେଶ । ଉଦଳା ଅଞ୍ଚଳର ବହୁଚର୍ଚ୍ଚିତ ଜନୈକ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ଘଟଣାରେ ସମସ୍ତ ତଥ୍ୟ ଓ 15 ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ସେସନ୍ ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଏହି ଗୁରୁତ୍ବପୂର୍ଣ୍ଣ ରାୟ ସୋମବାର ପ୍ରକାଶ ପାଇଛି । ଜନୈକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁମିତା ଜେନା ଅଭିଯୁକ୍ତକୁ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ତିନି ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ପୀଡିତାଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସହାୟତା ସଂସ୍ଥାକୁ ଜିଲ୍ଲା ଓ ଦୌରାଜଜ ସୁମିତା ଜେନା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୋଷୀ ଜଣକ ହେଲେ ଉଦଳା ଥାନା ଅନ୍ତର୍ଗତ କୁଟଲିଙ୍ଗ ବନ୍ଧସାହି ଗ୍ରାମର ଗୌରୀ ଶଙ୍କର ବାସ୍କେ । ରାୟ ପ୍ରକାଶ ପାଇବା ପରେ ଆସାମୀ ଗୌରୀ ଶଙ୍କର ବାସ୍କେକୁ ବାରିପଦା ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ ଯେ, 2015 ମସିହା ମାର୍ଚ୍ଚ ମାସ 18 ତାରିଖ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା ।

ଘଟଣା ଘଟିଥିବା ଦିନ 10 ବର୍ଷର ନାବାଳିକା ଘରେ ଏକୁଟିଆ ଥିଲେ । ନାବାଳିକା ଝିଅକୁ ଘରେ ଛାଡ଼ିଦେଇ କୌଣସି କାମରେ ବାପା ମାଆ ବାହାରକୁ ଯାଇଥିଲେ । ତେବେ ଝିଅକୁ ଘରେ ଏକୁଟିଆ ପାଇ ସେହି ସମୟରେ ଗୌରୀ ଶଙ୍କର ବାସ୍କେ ନାମକ ଜନୈକ ଯୁବକ ଉକ୍ତ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିଲା । ତେବେ ବାପା ମାଆ ଘରକୁ ଫେରିବା ପରେ ଝିଅଟି ମାଆକୁ ଘଟଣା ବିଷୟରେ ଅବଗତ କରେଇଥିଲେ । ଏନେଇ ନାବାଳିକାର ବାପା ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଉଦଳା ଥାନା ପୋଲିସ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଅଭିଯୁକ୍ତ ଗୌରୀ ଶଙ୍କର ବାସ୍କେକୁ ଗିରଫ କରିଥିଲା । ପୋଲିସ ନିକଟରେ ନିଜର ଦୋଷ ସ୍ବୀକାର କରିଥିଲା ଅଭିଯୁକ୍ତ । ଗୌରୀ ଶଙ୍କର ବାସ୍କେର ଡାକ୍ତରୀ ପରୀକ୍ଷା ପରେ ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରିଥିଲା ଉଦଳା ଥାନା ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.