ETV Bharat / state

ତେଜିଲା ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ଦାବି, ଏପ୍ରିଲ ମାସ ୧୦ରେ ୧୨ ଘଣ୍ଟିଆ ବନ୍ଦ ଡାକରା

author img

By

Published : Mar 30, 2023, 8:51 PM IST

ତେଜିଲା ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ଜିଲ୍ଲା ମାନ୍ୟତା ଦାବିରେ ରାଇରଙ୍ଗପୁର ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

ତେଜିଲା ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି
ତେଜିଲା ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି
ତେଜିଲା ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

ରାଇରଙ୍ଗପୁର: ଦିନକୁ ଦିନ ତେଜିବାରେ ଲାଗିଛି ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ଗଠନ ଦାବି ନେଇ ଏପ୍ରିଲ ମାସ ୧୦ ତାରିଖ ଦିନ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ରାଇରଙ୍ଗପୁର ଉନ୍ନତି ପାଇଁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ତଥା ରାଇରଙ୍ଗପୁର ବାର୍‌ ଆସୋସିଏସନ ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବ କରିଥିଲେ । ଏହି ବୈଠକରେ ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଯୋଗ ଦେଇଥିଲେ । ଏହାସହ ଓକିଲ ସଂଘ ର ସଦସ୍ୟ, ଡ୍ରାଇଭର ମହାସଂଘ, ବଣିକ ସଂଘ, ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ଉପଖଣ୍ଡର ଜନସାଧାରଣ ଓ ବିଭିନ୍ନ ସଂଗଠନକୁ ଏକତ୍ରିତ ହୋଇ ଜିଲ୍ଲା ଗଠନ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆ ଯାଇଥିଲା ବୋଲି ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା ସୂଚନା ଦେଇଛନ୍ତି । ବରିଷ୍ଠ ଆଇନଜୀବୀ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ସର୍ବବୃହତ ଜିଲ୍ଲା । ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର (ବାମନଘାଟି) ଉପଖଣ୍ଡ ଅନ୍ୟତମ। ରାଇରଙ୍ଗପୁର ଉପଖଣ୍ଡରେ ନିଜର ପୌରପାଳିକା ଅଞ୍ଚଳ ସମେତ ସାତଗୋଟି ବ୍ଲକ ଓ ଆଠ ଗୋଟି ପୋଲିସ ଷ୍ଟେସନ ରହିଛି। ରାଇରଙ୍ଗପୁର ଉପଖଣ୍ଡର କିଛି ବ୍ଲକ ଗୁଡ଼ିକରୁ ଜିଲ୍ଲା ମୁଖ୍ୟାଳୟ ବାରିପଦା ୧୦୦ କିଲୋମିଟର ରୁ ଅଧିକ ଥିବାରୁ ଯାତାୟାତ ପାଇଁ ଏ ଅଞ୍ଚଳର ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଅଧିକ ପଢ଼ନ୍ତୁ: ରାମ ନବମୀରେ ମଧ୍ୟ ପ୍ରଦେଶରେ ମନ୍ଦିରରେ ଅଘଟଣ, 13 ଶ୍ରଦ୍ଧାଳୁ ମୃତ

ତେବେ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଦାବି ହୋଇ ଆସୁଛି । ସେପଟେ ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଏଇ ଏପ୍ରିଲ ମାସ ୧୦ ତାରିଖ ଦିନ ୧୨ ଘଣ୍ଟିଆ ଅଖଚକ, ଦୋକାନ ବଜାର, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନେଇ ରାଇରଙ୍ଗପୁର ଉପଖଣ୍ଡ ବନ୍ଦକୁ ସଫଳ କରାଇବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.