ETV Bharat / state

କୋରୋନା ମୃତଦେହ ପୋଡିବା ଘଟଣା: 8 ଜଣଙ୍କୁ ଜାମିନ

author img

By

Published : Jun 4, 2021, 9:59 PM IST

ରାଇରଙ୍ଗପୁର ଜାହିରା ଶାଳ ନିକଟରେ କୋରୋନା ମୃତଦେହ ପୋଡିବା ନେଇ ତୁମୁଳକାଣ୍ଡ ଘଟଣା । ପ୍ରଶାସନକୁ ତଣ୍ଡ ଗଣିବା ପରେ ୯ ଗିରଫ ହୋଇଥିଲେ । ଆଜି ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଜାମିନ ମିଳିଛି । ଅଧିକ ପଢନ୍ତୁ...

rairangpur Covid19 deadbody creamation issue
ରାଇରଙ୍ଗପୁର କୋରୋନା ମୃତଦେହ ପୋଡିବା ଘଟଣା

ରାଇରଙ୍ଗପୁର: ରାଇରଙ୍ଗପୁର ଜାହିରା ଶାଳ ନିକଟରେ କୋରୋନା ମୃତଦେହ ପୋଡିବା ନେଇ ତୁମୁଳକାଣ୍ଡ ଘଟଣା । ପ୍ରଶାସନ ତଣ୍ଡ ଗଣିବା ପରେ ହୋଇଥିଲେ ୯ ଗିରଫ । ଆଜି ଜାମିନରେ ୮ ଜଣ ମୁକୁଳିଛନ୍ତି ।

ଗତମାସ 11 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରିପୋଷି ଗ୍ରାମରେ କୋଭିଡରେ ମୃତ ବୃଦ୍ଧାଙ୍କ ମୃତଦେହ ସତ୍କାରକୁ ନେଇ ଘଟିଥିଲା ତୁମୁଳକାଣ୍ଡ । ଗ୍ରାମର ଜାହିରା ପାଖରେ ମୃତଦେହ ଦାହ କରିବାକୁ ବାରଣ କରିଥିଲେ ସୁନାରିପୋଷି ଗ୍ରାମବାସୀ । ପ୍ରଶାସନ ମଧ୍ୟ ସେଠାରେ ମୃତଦେହ ଦାହ ନ କରିବାକୁ ରାଜି ହୋଇଥିଲେ। କିନ୍ତୁ ଉତ୍ୟକ୍ତ ଲୋକେ ପ୍ରଶାସନିକ ଅଧିକାରୀ, ଡାକ୍ତର ଏବଂ ପୋଲିସକୁ ସେଠାରେ ଆକ୍ରମଣ କରିଥିଲେ। ଜାହିରା ଶାଳ ନିକଟରେ ମୃତଦେହ ସତ୍କାର କରୁଥିବାରୁ ଗ୍ରାମବାସୀଙ୍କୁ ତଣ୍ଡ ଦେବା ସହିତ ସେଠାରୁ ଅଧାପୋଡା ମୃତେଦହକୁ ଆଣି ଅନ୍ୟ ଏକ ସ୍ଥାନରେ ମୃତେଦହ ସତ୍କାର କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଠାକୁରମୁଣ୍ଡା ପୋଲିସ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ୯ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେଥିରୁ ସଂପୃକ୍ତ ଆଠ ଜଣ ମଧ୍ୟରେ 6 ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଥିବା ସହ ଜଣେ ନାବାଳକ ଥିଲେ । ଆଜି ଅପରାହ୍ନରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଜାମିନ ମିଳିଛି ।

ରାଇରଙ୍ଗପୁର କୋରୋନା ମୃତଦେହ ପୋଡିବା ଘଟଣା

ସଂପୃକ୍ତ ଆଠ ଜଣ କରଞ୍ଜିଆ ଉପକାରାଗାରରୁ ବାହାରିଲା ପରେ ସୁନାରିପୋଷି ଗାଁରୁ ଆସିଥିବା ମହିଳା ମାନେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ଜେଲ ପରିସରୁ ପାଛୋଟି ନେଇ ଥିବାର ଦେଖିବାକୁ ମିଳିଛି । ସେ ଦିନ ଘଟି ଯାଇଥିବା ଅପ୍ରୀତିକର ଘଟଣାରେ ସଂପୃକ୍ତ ୮ ଜଣ ଜଡିତ ନ ଥିଲେ ସେଥିପାଇଁ ତାଙ୍କୁ ସସମ୍ମାନେ ପାଛୋଟି ନେଲେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.