ETV Bharat / state

ରଥଯାତ୍ରାରେ ଉତ୍ସବ ମୁଖର ରାଇରଙ୍ଗପୁର

୩୨ ବର୍ଷ ଧରି ରାଇରଙ୍ଗପୁର ସହରରେ ପାଳିତ ହୋଇଆସୁଛି ରଥଯାତ୍ରା । ଆଜିର ଏହି ପବିତ୍ର ଦିନରେ ଉତ୍ସବ ମୁଖର  ହୋଇ ଉଠିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର  ।

author img

By

Published : Jul 4, 2019, 6:54 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଆଜି ପବିତ୍ର ରଥଯାତ୍ରା । ୧୯୮୮ ମସିହା ଠାରୁ ରଥଯାତ୍ରା ଅନୁଷ୍ଠିତ ହୋଇ ଦୀର୍ଘ ୩୨ ବର୍ଷରେ ପଦାର୍ପଣ କରିଛି ରାଇରଙ୍ଗପୁରର ପ୍ରସିଦ୍ଧ ରଥଯାତ୍ରା । ଆଜିର ଦିନରେ ଉତ୍ସବ ମୁଖର ହୋଇ ଉଠିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର । ଘଣ୍ଟ, ଶଙ୍ଖ, ହୁଳହୁଳି ନାଦରେ କମ୍ପି ଉଠିଛି ଗଗନ ପବନ । ଭକ୍ତଙ୍କୁ ଦର୍ଶନ ଦେବାକୁ ରାଇରଙ୍ଗପୁର ସ୍ଥିତ ଶ୍ରୀମନ୍ଦିରରୁ ବାହାରି ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ଗୁରୁବାର ସକାଳୁ ଶ୍ରୀଜୀଉଙ୍କ ନାନାଦି ଉପଚାର, ନୀତିକାନ୍ତି, ନୀତି ନିର୍ଘଣ୍ଟ ହୋଇଥିଲା । ଦିନ ୧୦ଟା ସମୟ ପରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା । ଏହାପରେ ଘଣ୍ଟ ଶଙ୍ଖ ହରିବୋଲ ହୁଳହୁଳି ଧ୍ବନିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା ।

ଏହାପରେ ରଥ ଉପରେ ଶ୍ରୀଜୀଉଙ୍କୁ ବେଶଭୂଷାରେ ସୁସଜ୍ଜିତ କରାଯାଇଥିଲା । ପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ଦେଖିବା ପାଇଁ ଆଜି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଏପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଇରଙ୍ଗପୁର ରଥଯାତ୍ରା କମିଟି ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏଥିସହ ରାଇରଙ୍ଗପୁର ମହାବିଦ୍ୟାଳୟ ଏନ୍ଏସ୍ଏସ୍ ର ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥାରୂଢ ଦେଖି ଭାବବିହ୍ବଳ ହୋଇଯାଇଥିଲେ ଭକ୍ତ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

saf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.