ETV Bharat / state

ଆଦିବାସୀ ମାନ୍ୟତା ଦାବିରେ ହରତାଳ, ଅଁଳାଯୋଡି ଷ୍ଟେସନରେ କୁଡୁମୀ ସମାଜର ରେଳରୋକ

author img

By ETV Bharat Odisha Team

Published : Sep 20, 2023, 10:17 PM IST

ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ କରିଛି କୁଡୁମୀ ସମାଜ। ଆନ୍ଦୋଳନକାରୀମାନେ 'କୁଡୁମୀ ଏକତା ଜିନ୍ଦାବାଦ' ନାରା ଦେଇ ରେଳରୋକ କରିଥିବା ଦେଖିବାକୁ ମିଳିଥିଲା। ଅଧିକ ପଢନ୍ତୁ

railway blockade by kudumi samaj
ଆଦିବାସୀ ମାନ୍ୟତା ଦାବିରେ ହରତାଳ
ଆଦିବାସୀ ମାନ୍ୟତା ଦାବିରେ ହରତାଳ

ରାଇରଙ୍ଗପୁର : ଆଦିବାସୀ ମାନ୍ୟତା ଦାବିରେ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ। ଅଁଳାଯୋଡି ରେଳ ଷ୍ଟେସନରେ ଟାଟା-ବାଦାମପାହାଡ ମେମୁ ଟ୍ରେନକୁ ରୋକିଲେ କୁଡୁମୀ ସମାଜର ଶତାଧିକ ମହିଳା ଓ ପୁରୁଷ । ତେବେ କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନୁର୍ଭୁକ୍ତ କରିବା ଦାବିକୁ ଜୋରଦାର କରିବା ପାଇଁ ବନ୍ଦଡାକରା ଦେଇଥିଲା କୁଡୁମୀ ସମାଜ। ମୟୂରଭଞ୍ଜ ବନ୍ଦ ଡାକରାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ରହିଥିବାବେଳେ ଦୋକାନ ବଜାର ମଧ୍ୟ ଆଂଶିକ ବନ୍ଦ ରହିଥିଲା।

ତେବେ କୁଡୁମୀ ସମାଜର କାର୍ଯ୍ୟକର୍ତ୍ତାମାନେ ରେଳ ବିଭାଗକୁ ଟାର୍ଗେଟ କରିଥିଲେ। ଆଜି ଟାଟା ନଗରରୁ ବାଦାମପାହାଡ ଅଭିମୁଖେ ଯାଉଥିବା ଟାଟାନଗର-ବାଦାମପାହାଡ ମେମୁ ଟ୍ରେନକୁ ସକାଳ ପାଖାପାଖି ୭ଟା ୩୦ ସମୟରେ ଅଁଳାଯୋଡି ରେଳ ଷ୍ଟେସନରେ ରୋକିଥିଲେ କୁଡୁମୀ ସମାଜର ଶତାଧିକ ମହିଳା ଓ ପୁରୁଷ। ଟ୍ରେନ ସମ୍ମୁଖରେ କୁଡୁମୀ ସମାଜ 'କୁଡୁମୀ ଏକତା ଜିନ୍ଦାବାଦ' ର ନାରା ଦେବା ସହିତ ଆଦିବାସୀ ଜନଜାତି ମାନ୍ୟତା ଦାବିରେ ୧୨ ଘଣ୍ଟା ଟ୍ରେନ ଚଳାଚଳ ବନ୍ଦ କରିବାକୁ ଅଡ଼ି ବସିଥିଲେ। ସେପଟେ ଖବର ପାଇ ଆରପିଏଫର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅଁଳାଯୋଡି ରେଳ ଷ୍ଟେସନରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ।

ରାଇରଙ୍ଗପୁରର ଭାରପ୍ରାପ୍ତ ଅତିରିକ୍ତ ଏସପି, ବହଳଦା ତହସିଲଦାର, ବହଳଦା ଥାନା ଅଧିକାରୀ ମଧ୍ୟ ଅଁଳାଯୋଡି ରେଳ ଷ୍ଟେସନରେ ପହଞ୍ଚି କୁଡୁମୀ ସମାଜ ସହିତ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ତେବେ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ଟ୍ରେନଟି ଅଟକି ରହିଥିଲା। ଅନ୍ୟପଟେ ଟ୍ରେନ ଅଟକ ଥିବାରୁ ଟ୍ରେନ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଯାତ୍ରୀମାନେ ଅଁଳାଯୋଡି ଷ୍ଟେସନରୁ ବାହାରି ବିଭିନ୍ନ ଗାଡ଼ି ଯୋଗେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଥିଲା।

ଏହା ବି ପଢନ୍ତୁ...କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ, କଳା ଦିବସ ପାଳନ କଲା କୁଡୁମୀ ଏକତା ମଞ୍ଚ

କୁଡୁମୀ ସମାଜର ଲୋକେ ଅଭିଯୋଗ କରି କହିଛନ୍ତି, "ଦୀର୍ଘ ୭୨ ବର୍ଷ ହେବ ୧୯୫୦ ମସିହାରେ କୁଡୁମୀ ସମ୍ପ୍ରଦାୟଙ୍କୁ ଅଣ ଆଦିବାସୀ ଭାବେ ଘୋଷଣା କରାଯାଇଥିଲା। ଆଦିବାସୀ ଭାବରେ ଯେଉଁ ସବୁ ସୁବିଧା ସୁଯୋଗ ପାଉଥିଲେ ସେଥିରୁ ବଞ୍ଚିତ ରହିଥିଲେ କୁଡୁମୀ ସମ୍ପ୍ରଦାୟ। ଯେଉଁଥିପାଇଁ ପୁଣି କୁଡୁମୀ ସମ୍ପ୍ରଦାୟର ଆନ୍ଦୋଳନ ଜୋର ଧରିଛି। ତେବେ କୁଡୁମୀ ସେନା ତରଫରୁ ୨୦୧୭ ମସିହା ସେପ୍ଟେମ୍ବର ୧୨ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିଲା। କେନ୍ଦ୍ରକୁ ସୁପାରିଶ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଅନୁସୂଚିତ ଜାତି ଓ ଜନଜାତିରେ ସାମିଲ ହେବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନଥିବାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛି କୁଡୁମୀ ସେନା।"

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.