ETV Bharat / state

ବିଜୟା ଦଶମୀରେ କମ୍ପିଲା ରାଇରଙ୍ଗପୁର ପୂଜା ମଣ୍ଡପ

ପବିତ୍ର ବିଜୟା ଦଶମୀରେ ଜଗତଜନନୀ ମା’ ଦୁର୍ଗାଙ୍କ ମହାଦଶମୀ ପୂଜା। ଗାଁ ଗହଳି, ସହରାଞ୍ଚଳ, ମଣ୍ଡପ ଓ ପୀଠ ସବୁଠି ଉତ୍ସବର ମାହୋଲ । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ପୂଜା ମଣ୍ଡପରେ ମହାଦଶମୀ ପୂଜା ଅନୁଷ୍ଠିତ ହୋଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 8, 2019, 8:22 PM IST

ରାଇରଙ୍ଗପୁର: ପବିତ୍ର ବିଜୟା ଦଶମୀରେ ଜଗତଜନନୀ ମା’ ଦୁର୍ଗାଙ୍କ ମହାଦଶମୀ ପୂଜା। ଗାଁ ଗହଳି, ସହରାଞ୍ଚଳ, ମଣ୍ଡପ ଓ ପୀଠ ସବୁଠି ଉତ୍ସବର ମାହୋଲ । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ପୂଜା ମଣ୍ଡପରେ ମହାଦଶମୀ ପୂଜା ଅନୁଷ୍ଠିତ ହୋଇଛି। ମହାଦଶମୀ ପୂଜା ଅବସରରେ ସହରରେ ଥିବା ସମସ୍ତ ପୂଜା ମଣ୍ଡପଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ଶ୍ରଦ୍ଧାଳୁମାନେ ମା’ଙ୍କ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମହାଦଶମୀର ପୂଜା, ହୋମ, ଯଜ୍ଞ ଓ ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ମା’ଙ୍କ ଆଳତୀ ସମୟରେ ମହିଳା ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା । ତେବେ ଆଳତୀ ସମୟରେ ଦର୍ଶନ କରିବାକୁ ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁଙ୍କ ଦେହରେ କାଳିସୀ ଲାଗିଥିବା ଦେଖାଯାଇଥିଲା। ମା’ଙ୍କୁ ଦର୍ଶନ କରିବାକୁ ଆସି ବାଜାର ତାଳେ ତାଳେ କେଶକୁ ମୁକୁଳା କରି ସେ ଝୁଲିବା ଆରମ୍ଭ କରିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଇରଙ୍ଗପୁର ସହରର ଅଁଳାଡୁବା ଦୁର୍ଗାପୂଜା ମଣ୍ଡପରେ।

ତେବେ ମହିଳାଙ୍କୁ ଏପରି ଝୁଲୁଥିବାର ଦେଖି ତାଙ୍କ ଦେହରେ ମା’ ଦୁର୍ଗା ବିରାଜମାନ କରିଥିବା ସ୍ଥାନୀୟ ଲୋକମାନେ ବିଶ୍ବାସ କରିଥିଲେ। ଦଶମୀ ବିହିତ ପୂଜା ପରେ ଆରମ୍ଭ ହୋଇଥିଲା ଅପରାଜିତା ପୂଜା। ଅପରାଜିତା ଲତାକୁ ପୂଜା କରାଯାଇ ଘଟ ଉତ୍ତୋଳନ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବଣୁନ କରାଯାଇଥିଲା। ବିଶ୍ବାସ ରହିଛି ପୂଜା ହୋଇଥିବା ଅପରାଜିତା ଲତାକୁ ଧାରଣ କଲେ ପାଖରୁ କୁଶକ୍ତି ଦୂରେଇ ଯାଇଥାଏ।

ପରେ ମା’ଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁମାନଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା। ମହାଦଶମୀ ଅବସରରେ ପୂଜା ମଣ୍ଡପଗୁଡିକ ମନ୍ତ୍ର ଧ୍ବନି, ଢୋଲ, ଶଙ୍ଖ, ଘଣ୍ଟ ଓ ଘଣ୍ଟା ଶବ୍ଦରେ କମ୍ପି ଉଠୁଥିଲା। ମା’ଙ୍କ ମହାଦଶମୀ ବିହିତ ପୂଜା ସମ୍ପନ୍ନ ହେବା ପରେ ଘଟ ବିସର୍ଜନ କରାଯାଇଥିଲା। ଏଥିସହ ବୁଧବାର ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଆଜି ହେଉଛି ପବିତ୍ର ବିଜୟା ଦଶମୀ। ଜଗତଜନନୀ ମାଆ ଦୁର୍ଗା ଙ୍କ ମହାଦଶମୀ ପୂଜା। ସେ ନେଇ ଗାଁ ଗହଳି, ସହରାଞ୍ଚଳ, ମଣ୍ଡପ , ପୀଠ ସବୁଠି ଉତ୍ସବ ମୁଖର। ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ପୂଜା ମଣ୍ଡପରେ ମହାଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାଦଶମୀ ପୂଜା ଅବସରରେ ସହରରେ ଥିବା ସମସ୍ତ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ଶ୍ରଦ୍ଧାଳୁ ମାନେ ମାଁ ଙ୍କ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି। ମହାଦଶମୀ ର ପୂଜା , ହୋମ, ଯଜ୍ଞ, ପୁଷ୍ପାଞ୍ଜଳି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ମାତାଙ୍କ ଆରତୀ ସମୟରେ ମହିଳା ଶ୍ରଦ୍ଧାଳୁ ଙ୍କ ବେଶ୍ ଭିଡ଼ ହୋଇଥିଲା। ଆରତୀ ସମୟରେ ଦର୍ଶନ କରିବାକୁ ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁ ଙ୍କ ଦେହରେ କାଳୀସି ଆସିଯାଇଥିଲା। ମାଁ ଙ୍କୁ ଦର୍ଶନ କରିବାକୁ ଆସି ବାଜା ର ତାଳେ ତାଳେ କେଶକୁ ମୁକୁଳା କରି ଝୁମ୍ପି ବାକୁ ଲାଗିଲେ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ରାଇରଙ୍ଗପୁର ସହରର ଅଁଳାଡୁବା ଦୁର୍ଗାପୂଜା ମଣ୍ଡପରେ। ତେବେ ମହିଳା ଙ୍କୁ ଏପରି ଝୁମ୍ପୁ ଥିବାର ଦେଖି ତାଙ୍କ ଦେହରେ ମା ଦୁର୍ଗା ବିରାଜମାନ କରିଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ। ଦଶମୀ ବିହିତ ପୂଜା ପରେ ଆରମ୍ଭ ହୋଇଥିଲା ଅପରାଜିତା ପୂଜା। ଅପରାଜିତା ଲତା କୁ ପୂଜା କରାଯାଇ ଘଟ ଉତ୍ତଳନ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ବଣୁନ କରାଯାଇଥିଲା। ବିଶ୍ୱାସ ରହିଛି ପୂଜା ହୋଇଥିବା ଅପରାଜିତା ଲତା କୁ ଧାରଣ କଲେ ପାଖରୁ କୁ-ଶକ୍ତି ଦୂରେଇ ଯାଇଥାଏ। ପରେ ମାଁ ଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇ ଶହ ଶହ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା। ଆଜି ମହା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକ ମନ୍ତ୍ର ଧ୍ବନି, ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଥିଲା। ମା ଙ୍କ ମହାଦଶମୀ ବିହିତ ପୂଜା ସମ୍ପନ୍ନ ହେବା ପରେ ଘଟ ବିସର୍ଜନ କରାଯାଇଥିଲା। ଆଜି ମଧ୍ୟ ଏ ବର୍ଷର ମାଁଙ୍କ ଶେଷ ଦର୍ଶନ କରିବା ପାଇଁ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ବେଶ୍ ସମାଗମ ହୋଇଥିଲା। ଏ ନେଇ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି। ତେବେ ଆସନ୍ତା କାଲି ମାଁ ଦୁର୍ଗା ଙ୍କ ମୂର୍ତ୍ତି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.