ETV Bharat / state

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ: ରାସ୍ତାରୋକ କଲେ ଗ୍ରାମବାସୀ

ଚିକିତ୍ସା ଅବହେଳା ଅଭିଯୋଗରେ ଗ୍ରାମବାସୀଙ୍କ ରାସ୍ତାରୋକ । ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନନ୍ତର୍ଗତ ଭାଦୁସାହି ଗ୍ରାମର ରାତୁ ମୁର୍ମୁଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଆସିଥିଲା । ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 24, 2020, 4:08 PM IST

Updated : Oct 24, 2020, 5:26 PM IST

ମୟୂରଭଞ୍ଜରେ ରାସ୍ତାରୋକ କଲେ ଗ୍ରାମବାସୀ
ମୟୂରଭଞ୍ଜରେ ରାସ୍ତାରୋକ କଲେ ଗ୍ରାମବାସୀ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ଭାଦୁସାହି ଗ୍ରାମରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । କୋରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡିଛି ।

ଗ୍ରାମବାସୀଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ ଭାଦୁସାହି ଗ୍ରାମର ରାତୁ ମୁର୍ମୁ ଗତ କିଛିଦିନ ପୂର୍ବରୁ ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିବାରୁ ରାତୁଙ୍କୁ ରାଇରଙ୍ଗପୁର ସ୍ଥିତ କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୋୖଣସି ଉନ୍ନତି ନ ଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ସ୍ଥିତ ବାଙ୍କିଶୋଳ କିମ୍ସ କୋଭିଡ ହୋସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ତେବେ ଶୁକ୍ରବାର ତାଙ୍କୁ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇ ଘରକୁ ପଠାଇ ଦିଆଯାଇଥିଲା। ଘରେ ପହଞ୍ଚିବାର ଘଣ୍ଟେ କି ଦେଢ଼ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ଗ୍ରାମବାସୀ ଉତ୍ତେଜିତ ହୋଇ ଆଜି(ଶନିବାର) ରାସ୍ତାରୋକ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାତୁ ମୁର୍ମୁଙ୍କୁ ଚିକିତ୍ସାରେ ଅବହେଳା କରିବାରୁ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଯାମଦା ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି । ପରେ ଫୋନ୍ ଯୋଗେ ଜାମଦା ତହସିଲଦାର କ୍ଷତିପୂରଣ ବାବଦକୁ ସହାୟତା ରାଶି ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 24, 2020, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.