ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ - ଶିକ୍ଷକ ନିଯୁକ୍ତି ଦାବିରେ ତାତିଲେ ଅଭିଭାବକ

ଶିକ୍ଷକ ନିଯୁକ୍ତି ଦାବିରେ ରାଇରଙ୍ଗପୁର ନଂ ୧୧ ଠାକୁରାଣୀବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡ଼ିଲା ତାଲା । ଆନ୍ଦୋଳନ ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି । ଅଧିକ ପଢ଼ନ୍ତୁ

protest over teacher requirement
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା
author img

By

Published : Jan 25, 2023, 6:39 AM IST

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ରାଇରଙ୍ଗପୁର: ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାତିଲେ ଅଭିଭାବକ । ବିଦ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୱାର୍ଡ଼ ନଂ ୧୧ ଠାକୁରାଣୀବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।

ଅଭିଯୋଗ ଅନୁଯାୟୀ, ଠାକୁରାଣୀବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସର୍ବମୋଟ ୧୩୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ତେବେ ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ବେଳେ ଶିକ୍ଷକ ଅଭାବରୁ କିଛି ଶ୍ରେଣୀରେ ସଠିକ୍ ଭାବେ ପାଠ ପଢା ହୋଇ ପାରୁନଥିବା ଅଭିଭାବକ ଜାଣିବାକୁ ପାଇଥିଲେ । ପିଲାଙ୍କ ଭବିଷ୍ୟତ ଅନ୍ଧକାର ହେଉଥିବା ଦେଖି ଅଭିଭାବକମାନେ ଗତ ଡ଼ିସେମ୍ବର ମାସ ୧୩ ତାରିଖ ଦିନ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ବିଷୟରେ ଏକ ଲିଖିତ ଅଭିଯୋଗ ଦେଇ ଅବଗତ କରାଇଥିଲେ ।

ଯଥାଶୀଘ୍ର ଉକ୍ତ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କ ନିଯୁକ୍ତି ଦାବି କରିଥିଲେ । ତେବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟ ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପାଖାପାଖି ଦେଢ଼ ମାସ ବିତି ଯାଇଥିଲେ ସୁଦ୍ଧା ସେହି ବିଦ୍ୟାଳୟରେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନଥିଲା । ଦୀର୍ଘ ଦିନ ଧରି ଶିକ୍ଷକ ନିଯୁକ୍ତି ନ ହେବାରୁ ଆଜି ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠାକୁରାଣୀବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇ ବିଦ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ।

ବିଦ୍ୟାଳୟରେ ଅତି କମରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦାବିରେ ନିଜ ଜିଦରେ ଅଡ଼ି ବସିଥିଲେ ଅଭିଭାବକ । ସେପଟେ ଖବର ପାଇ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ଚନ୍ଦ୍ର ପ୍ରଧାନ ଓ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସହାୟତାରେ ବିଦ୍ୟାଳୟକୁ ପହଞ୍ଚି ଅଭିଭାବକଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଛନ୍ତି । ଏଥିସହ ଜଣେ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ଦେଇଛନ୍ତି । ପରେ ଅଭିଭାବକମାନେ ଧାରଣାରୁ ଓହରି ବିଦ୍ୟାଳୟର ତାଲା ଖୋଲିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମଧ୍ୟକୁ ପ୍ରବେଶ କରିବାକୁ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.