ବାରିପଦା: ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନା ଘେରାଓ କରାଯାଇଛି । ତେବେ ପୂର୍ବରୁ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖରେ ମହିଳା ଜଣଙ୍କ ବ୍ୟାଙ୍କ ଆସୁ ଥିବାବେଳେ ମୋରଡ଼ା ଥାନା ଗୋପୀନାଥପୁର ଗ୍ରାମର ଜଣେ ମୁସଲିମ ଯୁବକ ତାଙ୍କୁ ଲିଫ୍ଟଦେଇ ବ୍ୟାଙ୍କ ନିକଟରେ ଓହ୍ଲାଇବା ବଦଳରେ ପଶ୍ଚିମବଙ୍ଗକୁ ନେଇ ଯାଇଥିଲେ । ସେଠାରେ ଦୁଇଦିନ ଅନ୍ୟ ତିନିଜଣ ଯୁବକଙ୍କ ସହ ଦୁଷ୍କର୍ମ କରିବା ପରେ କାରରେ ଆଣି ରାସ୍ତାକଡରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା । ସେହିପରି ତାଙ୍କ ନିକଟରୁ ମୋବାଇଲ ଛଡାଇ ନେଇଥିବା କହିଛନ୍ତି ସେ ।
ଏନେଇ ପୀଡିତା ଜଣକ ଘରେ ଜଣାଇବା ପରେ ସ୍ୱାମୀଙ୍କ ସହ ମୋରଡ଼ା ଥାନାରେ ପହଞ୍ଚି ନିଜେ ପୀଡିତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମୋରଡ଼ା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଦୁଷ୍କର୍ମକାରୀମାନେ ବ୍ୟବହାର କରିଥିବା ଦୁଇଟି ଗାଡି ଜବତ କରିବା ସହ ଅନ୍ୟ ତିନିଜଣଙ୍କୁ ତୁରନ୍ତ ଗିରଫ ଦାବି କରି ମୋରଡା ଥାନା ଘେରାଓ କରିଛନ୍ତି ଗ୍ରାମବାସୀ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ