ETV Bharat / state

ଚିକିତ୍ସାଧୀନ କଏଦୀର ମୃତ୍ୟୁ - ମୟୂରଭଞ୍ଜ ଖବର

ଚିକିତ୍ସାଧୀନ କଏଦୀର ମୃତ୍ୟୁ । ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ ସଜ୍ଜା କାଟୁଥିବା ଜଣେ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିଲା ମୃତ କଏଦୀ ।ଅଧିକ ପଢନ୍ତୁ

ମୟୂରଭଞ୍ଜରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

author img

By

Published : Oct 11, 2022, 3:25 PM IST

ରାଇରଙ୍ଗପୁର: ଚିକିତ୍ସାଧୀନ କଏଦୀର ମୃତ୍ୟୁ । ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ( Rairangpur Sub Jail) ସଜ୍ଜା କାଟୁଥିବା ଜଣେ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଖି ବୁଜିଛି । ମୃତ କଏଦୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କୁଆଝରୀ ଗ୍ରାମ କୁମ୍ଭାରସାହିର ଚୈତନ୍ୟ ବେହେରା(୬୩) । ସେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିଲା ।

ମୟୂରଭଞ୍ଜରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ

ସୂଚନା ଅନୁଯାୟୀ, ୨୦୧୭ରେ ବିଶୋଇ ଥାନା ପୋଲିସ କୁମ୍ଭାରସାହିର ଚୈତନ୍ୟ ବେହେରାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ(rape case) ସେ ଦୋଷୀ ସାବ୍ୟସ୍ତ ହୋଇ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏହି ଦଣ୍ଡାଦେଶ ଦେଇଥିଲେ । ଏହାପରେ ଚଳିତ ବର୍ଷ ଅଗଷ୍ଟ ୨୧ ତାରିଖରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ଜେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ବାରିପଦା ପିଆରଏମ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ CVA ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

କିଛି ଦିନ ପରେ ସେ ସୁସ୍ଥ ହୋଇଯିବେ କହି ଡାକ୍ତର ତାଙ୍କୁ ମେଡିସିନ ଦେଇ ଜେଲ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ସ୍ବାସ୍ଥ୍ୟ ବିଗିଡିବାରୁ କଟକ ବଡ଼ ମେଡ଼ିକାଲରୁ ଆଣି ପୁଣି ୨୮ ସେପ୍ଟେମ୍ବରରେ ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଥିଲା । ଗତ ୭ ତାରିଖରେ ଚୈତନ୍ୟର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ବାରିପଦା ପିଆରଏମରୁ କଟକ ବଡ଼ ମେଡ଼ିକାଲକୁ ଅଣା ଯାଇଥିଲା । ୮ ତାରିଖରେ ତାଙ୍କୁ ପୁଣି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଜେଲ୍ କର୍ତ୍ତୃପକ୍ଷ । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଆଜି ରାଇରଙ୍ଗପୁର ମେଡିକାଲରେ ମୃତ କଏଦୀର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.