ETV Bharat / state

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ: ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ, ଆଜି ବୁଲିବେ ଶିମିଳିପାଳ - ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତର ଆଜି ଦ୍ବିତୀୟ ଦିନ । ସକାଳୁ ରାଇରଙ୍ଗପୁର ପୂର୍ଣ୍ଣଶ୍ବେର ମନ୍ଦିରରେ ପହଞ୍ଚି କଲେ ପୂଜାର୍ଚ୍ଚନା । କିଛି ସମୟ ପରେ ବୁଲିଯିବେ ଶିମିଳିପାଳ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ

author img

By

Published : May 5, 2023, 9:43 AM IST

Updated : May 5, 2023, 10:22 AM IST

ମହାଦେବ ମନ୍ଦିରରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା

ରାଇରଙ୍ଗପୁର: ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ମହାମହିମ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଏହାପୂର୍ବରୁ ସକାଳୁ ସେ କାରକେଡରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟପାଳ ଥିବା ସମୟରେ ଦ୍ରୌପଦୀ ମୁର୍ମୁ ପ୍ରାୟତଃ ଏହି ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ । ରାଷ୍ଟ୍ରପତି ଭାବେ ନାମ ଘୋଷଣା ହେବା ପରେ ମଧ୍ୟ ମନ୍ଦିରକୁ ଆସି ଝାଡୁ ମାରିଥିଲେ । ବର୍ତ୍ତମାନ ନିଜ ଜନ୍ମମାଟିକୁ ଆସିଥିବାବେଳେ ପୁଣିଥରେ ସେ ମହାଦେବଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ନିଜ ବାସଭବନରୁ କାରକେଡରେ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରକୁ ଆସିଥିଲେ । ପୂଜାର୍ଚ୍ଚନା କରିବା ପରେ ଏହି ଠାରୁ ଦାଣ୍ଡବୋଷ ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରୁ ହେଲିପ୍ୟାଡ ଯୋଗେ ଯଶିପୁର ଯିବେ । ରାଷ୍ଟ୍ରପତି ମୁର୍ମୁ ଦିନ ୧୦ଟାରେ ସଡକ ପଥରେ ଯାଇ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ । ଅପରାହ୍ନ ସାଢେ ୨ଟାରେ ଶିମିଳିପାଳ ବୁଲି ଫେରିବେ । ପରେ ସାଢେ ୪ଟା ସମୟରେ ଯଶିପୁର ହେଲିପ୍ୟାଡରୁ ବାରିପଦା ଅଭିମୁଖେ ଯାତ୍ରା କରିବେ । ୫ଟା ୨୫ରେ ବାରିପଦା ହେଲିପ୍ୟାଡରେ ପହଞ୍ଚିବା ପରେ ଗେଷ୍ଟ ହାଉସରେ ରହିବେ । ଏହାପରେ ସନ୍ଧ୍ୟା ୬ରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ: ୩୧ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି, କହିଲେ ମାଟି ପାଇଁ ଅନେକ କାମ ବାକି ଅଛି

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ସ୍ଥିତ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ଏସଓଜି କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ନିୟୋଜିତ ଅଛନ୍ତି । ତେବେ ଆଜି ସକାଳୁ ପ୍ରଜାପିତା ବ୍ରହ୍ମକୁମାରୀର ସଦସ୍ୟାମାନେ ମହାମହିମଙ୍କ ବାସଭବନକୁ ଆସି ଆଲୋଚନା କରିଥିଲେ । ଆଜି ଶିମିଳିପାଳ ଗସ୍ତ କରିବା ପରେ ଆସନ୍ତାକାଲି(ଶନିବାର) ରାଷ୍ଟ୍ରପତି ବାରିପଦା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ପିଭିଜିଟିଏସଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟକ୍ରମ ସାରି ଆସନ୍ତାକାଲି(ଶନିବାର) ପୂର୍ବାହ୍ନ ୧୨ଟା ୨୫ରେ ସେ ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତି ହେବା ପରଠୁ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ । କିନ୍ତୁ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଆସିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : May 5, 2023, 10:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.