ETV Bharat / state

ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ: MSCB ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି । ସମସ୍ତ କାର୍ଯ୍ୟକ୍ରମ ସାରି ଆଜି ପୂର୍ବାହ୍ନରେ ଦିଲ୍ଲୀ ଫେରିଯିବେ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ
ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ
author img

By

Published : May 6, 2023, 10:37 AM IST

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ଆଜି ଅନ୍ତିମ ଦିନ । ଆଜି ଶେଷ ଦିନରେ ମହାମହିମ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟକୁ ଯାଇଛନ୍ତି । ସେ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏଠାରେ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ପିଭିଟିଜିଏସଙ୍କ ସହିତ ଆଲୋଚନା କରିବେ । ଏହାପରେ ପୁଣି ଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ନବବଧୂ ପରି ସଜେଇ ହୋଇଛି ବିଶ୍ବବିଦ୍ୟାଳୟ । ଅନେକ ବର୍ଷ ପରେ ରାଷ୍ଟ୍ରପତି ମୁର୍ମୁ MSCB ବିଶ୍ବବିଦ୍ୟାଳୟକୁ ଆସିଥିବାରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଓ କାର୍ଯ୍ୟକ୍ରମ ସ୍ଥଳ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ମୁର୍ମୁଙ୍କ ସମେତ ରାଜ୍ୟପାଳ ପ୍ରଫେସର ଡ.ଗଣେଶୀ ଲାଲ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ଆଜି ୮ଜଣଙ୍କୁ ଡିଲିଟ ଉପାଧି, ୯୦ଜଣଙ୍କୁ ପିଏଚଡି ଓ ୩୪ଜଣଙ୍କୁ ଗୋଲ୍ଡ ମେଡାଲ ସମେତ ସମୁଦାୟ ୧୩୨ ଜଣ ମହାମହିମଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବେ ।

ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକର ସୁପାରିଶ ପରେ କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉଲ୍ଲଖନୀୟ ଅବଦାନ ଥିବା ୮ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ/ଡିଏସସି ପ୍ରଦାନ ହେବ । ବିଶ୍ବବିଦ୍ୟାଳୟରେ କୁଳାଧିପତି ରାଜ୍ୟପାଳ ପ୍ରଫେସର ଡ ଗଣେଶୀ ଲାଲଙ୍କ ପୌରହିତ୍ୟରେ ଆଜିର (ଶନିବାର) ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କ ସହ ପିଠା ଖାଇଲେ ମାମୁଁ, ନିଜ ବାସଭବନରେ କାଟିଲେ ରାତି

ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନ ୧୨ଟା ୧୫ରେ ରାଷ୍ଟ୍ରପତି ମୁର୍ମୁ ବାରିପଦା ହେଲିପ୍ୟାଡରୁ କୋଲେଇକୁଣ୍ଡା ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ । କିନ୍ତୁ ପ୍ରଥମ ଥର ସେ ନିଜ ଜନ୍ମମାଟି ମୟୂରଭଞ୍ଜ ଆସିଛନ୍ତି । ଗତକାଲି ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମନ୍ଦିର ଯାଇ ମହାଦେବଙ୍କ ଜଳାଭିଷେକ କରିଥିଲେ । ଏହାପରେ ଦାଣ୍ଡବୋଷରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରୁ ସେ ଶିମିଳିପାଳ ଅଭିମୁଖେ ବାହାରି ଥିଲେ । ରାଷ୍ଟ୍ରପତି ପ୍ରଥମ ଥର ନିଜ ଜନ୍ମମାଟିକୁ ଆସିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଖୁବ୍ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.