ETV Bharat / state

President Odisha Visit: ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ, ଚାଲିଛି ଜୋରଦାର ପ୍ରସ୍ତୁତି

ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଲାଗି ସେ ନିଜ ଜନ୍ମମାଟିକୁ ଯିବେ । ଏଥିଲାଗି ରାତାରାତି ବଦଳୁଛି ମୟୂରଭଞ୍ଜ ଜିଲ୍ଲାର ରୂପରେଖ । ଅଧିକ ପଢନ୍ତୁ

author img

By

Published : May 1, 2023, 4:48 PM IST

Updated : May 1, 2023, 5:23 PM IST

President Odisha Visit
President Odisha Visit
President Odisha Visit: ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ, ରାତାରାତି ବଦଳୁଛି ଗାଁ ରୂପରେଖ

ରାଇରଙ୍ଗପୁର: ଆସନ୍ତା ଆସନ୍ତା ୪ ତାରିଖରେ ନିଜ ଜନ୍ମମାଟି ଗସ୍ତରେ ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମ୍ୟାଡାମ ପ୍ରେସିଡେଣ୍ଟକୁ ଗସ୍ତକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାତାରାତି ବଦଳୁଛି ଗାଁର ରୂପରେଖ । ରାସ୍ତାକାମ ସାଙ୍ଗକୁ ବିଭିନ୍ନ ପ୍ରକାରର କାର୍ଯ୍ୟ ହାତକୁ ନେଇଛି ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଜିଲ୍ଲାକୁ ଟିପଟପ୍‌ କରିବା ପାଇଁ ଦିନରାତିକୁ ଏକ କରିଛି ପ୍ରଶାସନ । ବିଶେଷ ଭାବରେ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।

ସମୟ ଯେତେ ପାଖେଇ ପାଖେଇ ଆସୁଛି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି। ତେବେ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବା ପରେ ୨ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଥିଲେ ବି ନିଜ ଜନ୍ମ ମାଟିକୁ ଆସିନଥିଲେ। ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଥିବା ସମୟରେ ତାଙ୍କ ସ୍ବାମୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରତ୍ୟେକ ବର୍ଷ କୁସୁମୀ ବ୍ଲକର ପାହାଡପୁର ଗ୍ରାମକୁ ଆସିବାକୁ ଭୁଲିନଥାନ୍ତି ଦ୍ରୌପଦୀ ମୁର୍ମୁ । କିନ୍ତୁ ଗତବର୍ଷ ତାଙ୍କ ସ୍ବାମୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ପାରିନଥିଲେ ଦ୍ରୌପଦୀ ମୁର୍ମୁ ।

ତେବେ ପ୍ରୋଟୋକଲ ଯୋଗୁଁ ଏହା ସମ୍ଭବ ହୋଇନଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । ବିଗତ ୨ଥର ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସିଥିଲେ । ହେଲେ ମୟୂରଭଞ୍ଜ ଜିଲ୍ଲାର ମାଟି ମାଡି ପାରିନଥିଲେ। ତେବେ ୩ୟ ଥର ଓଡିଶା ଗସ୍ତରେ ଆସି ନିଜ ଜନ୍ମମାଟିକୁ ଆସିବେ ମୁର୍ମୁ । ରାଷ୍ଟ୍ରପତି ଭାବେ ନିଜ ଜିଲ୍ଲା, ଶ୍ବଶୁର ଘର ଗାଁ ପାହାଡପୁର ଏବଂ ନିଜ ବାସସ୍ଥଳୀ ରାଇରଙ୍ଗପୁରକୁ ପ୍ରଥମ ଥର ପାଇଁ ଆସୁଛନ୍ତି । ଯାହାକୁ ନେଇ ଏବେ ସମଗ୍ର ମୟୂରଭଞ୍ଜବାସୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର, ବାହାମପାହାଡ, ପାହାଡପୁର, ଜଶିପୁର, ଶିମିଳିପାଳ ଓ ବାରିପଦାରେ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି।

ଏହା ବି ପଢନ୍ତୁ- ବଦଳିଲା ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ, ମେ’ ୪ରେ ମୟୂରଭଞ୍ଜ ଆସିବେ ମାଟିର ଝିଅ

ଯୁଦ୍ଧ କାଳୀନ ଭିତ୍ତିରେ ପାହାଡପୁର ଯିବା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ, ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ରାସ୍ତା ନିର୍ମାଣ, ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟ, ହେଲିକପ୍ଟରରୁ ଅବତରଣ ପାଇଁ ବାଦାମପାହାଡ, ଜଶିପୁର, ବାରିପଦା ଓ ରାଇରଙ୍ଗପୁର ଦାଣ୍ଡବୋଷରେ ହେଲିପ୍ୟାଡ ନିର୍ମାଣ ପ୍ରାୟ ସରିବା ଉପରେ ରହିଛି। ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ କଲେଇକୁଣ୍ଡା ଆସି ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଦାମପାହାଡଠାରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ଶ୍ବଶୁର ଘର ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ଯିବେ ରାଷ୍ଟ୍ରପତି ।

କଣ ରହିଛି କାର୍ଯ୍ୟକ୍ରମ:- ତେବେ ସେଠାରେ ନାବାର୍ଡ ପକ୍ଷରୁ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦକ୍ଷତା ବିକାଶ କେନ୍ଦ୍ରର ଭୂମି ପୂଜନ କରିବେ। ସେଠାରେ ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ସିଧାସଳଖ ରାଷ୍ଟ୍ରପତିଙ୍କ ସହ ଦେଖା କରିପାରିବେ। ତେଣୁ ରାଷ୍ଟ୍ରପତିଙ୍କ ସହ ଭେଟ କରିବା ନେଇ ସେହି ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି। ମହାମହିମ ରାଷ୍ଟ୍ରପତିଙ୍କୁ ନୂତନ ଚୌକିରେ ବସାଇବା ନେଇ ସ୍କୁଲ ପରିସରରେ ଚାଲିଛି କାଠର ନୂଆ ଚୌକି ଆସନ ନିର୍ମାଣ । ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଦାଣ୍ଡବୋଷ ହେଲିପ୍ୟାଡରେ ଅବତରଣ କରିବା ପରେ ଅଲ ଇତୁନ ଆସଳା ସାନ୍ତାଳୀ ସ୍କୁଲ ପରିଦର୍ଶନ, ରାଇରଙ୍ଗପୁର ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ, ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଓ ପରିଶେଷରେ ରାଇରଙ୍ଗପୁର ଷ୍ଟାଡିୟମର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ।

ମେ’ ୫ ତାରିଖ ଦିନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ ଦାଣ୍ଡବୋଷ ପରିଦର୍ଶନ ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ତୃତୀୟ ଦିନ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ କାର୍ଯ୍ୟକ୍ରମର ସମାପ୍ତି ପରେ ମହାମହିମ ରାଷ୍ଟ୍ରପତି ଦିଲ୍ଲୀ ରାଷ୍ଟ୍ରପତି ଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସମଗ୍ର ଅଞ୍ଚଳ ଏବେ ସଜେଇ ହେଉଛି।

୪ଟି ସ୍ଥାନରେ ହେଲିପ୍ୟାଡ ନିର୍ମାଣ ସହ ଜୋରଦାର ଚାଲିଛି ପ୍ରସ୍ତୁତି । ରାତାରାତି ବଦଳିବାକୁ ଯାଉଛି ଗାଁର ରୂପରେଖ । ମାଟି ରାସ୍ତା ହେଉଛି ପିଚୁ । ଗାଁ ରାସ୍ତାରେ ପଡୁଛି ଢଳେଇ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେଭଳି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ପ୍ରାଶାସନିକ ଅଧିକାରୀ ମାନେ ମଧ୍ୟ ତଦାରଖ କରୁଛନ୍ତି । ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମ ମାଟି ମୟୂରଭଞ୍ଜକୁ ପ୍ରଥମ ଥର ଲାଗି ଆସୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : May 1, 2023, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.