ETV Bharat / state

ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଲୁଟ: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ - rairangpur grocery shop loot

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା କଡରେ ଥିବା ମହାଲକ୍ଷ୍ମୀ ଷ୍ଟୋର ନାମକ ଏକ ତେଜରାତି ଦୋକାନରୁ ତାଲା ଭାଙ୍ଗି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଲୁଟ: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

author img

By

Published : Jun 11, 2021, 4:00 PM IST

ରାଇରଙ୍ଗପୁର: ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା କଡରେ ଥିବା ମହାଲକ୍ଷ୍ମୀ ଷ୍ଟୋର ନାମକ ଏକ ତେଜରାତି ଦୋକାନରୁ ତାଲା ଭାଙ୍ଗି ଲୁଟ ଅଭିଯୋଗ । ବିଳମ୍ବିତ ରାତିରେ ଦୋକାନର ୩ଟି ତାଲା ଭାଙ୍ଗି ଲୁଟ ହୋଇଥିବା ନେଇ ସକାଳୁ ଦୋକାନୀ ଜାଣିପାରି ପୋଲିସକୁ ଖବର ଦେଇଥିଲେ ।

ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଲୁଟ: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇଥିଲେ । ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ ପ୍ରାଥମିକ ତଦନ୍ତରୁ ୪୫ ହଜାର ଟଙ୍କା ଲୂଟ ହୋଇଥିବା ଜଣା ପଡିଛି । ସେପଟେ ସହରରେ ଚୋରି, ଲୁଟ ଆଦି ଘଟଣା ବୃଦ୍ଧି ପାଉଥିବା ବେଳେ କୌଣସି ଦୁର୍ବୃତ୍ତ ବା ଲୁଟେରା ଧରା ନ ପଡ଼ିବା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.