ବାରିପଦା: ଲକଡାଉନରେ ମୋରମ ମାଫିଆ ସକ୍ରିୟ । ମୟୂରଭଞ୍ଜ ରାସଗୋବିନ୍ଦପୁର ତହସିଲରେ ବେଆଇନ ମୋରମ ଚୋରୀ ଅଭିଯୋଗରେ ଜେସିବି ସମେତ ଦୁଇ ଟ୍ରାକ୍ଟର ଜବତ । ଏଥିସହିତ ୪ ଜଣ ଗିରଫ ହୋଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲ ଅଞ୍ଚଳରେ ବେଆଇନ ମୋରମ ଚାଲାଣ ଏବେ ନିତିଦିନ ଘଟଣା ହୋଇଗଲାଣି । ବେଆଇନ ଭାବେ ମୋରମ ଚାଲାଣ ସମୟରେ ରାସଗୋବିନ୍ଦପୁର ପୋଲିସ JCB ସମେତ ତିନୋଟି ଟ୍ରାକ୍ଟର ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଗାଁ ଆମର୍ଦ ପଞ୍ଚାୟତ ଅନ୍ତର୍ଗତ ନୁଆସାହି ଓ ଭାଲିଆ ଗାଡ଼ିଆ ଗାଁରେ ଗତ କିଛି ଦିନ ହେବ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା ନାଁରେ ରାତିରେ ମେସିନ ଲଗାଇ ଏକ ଗୋଚର ଜମିରୁ ଟ୍ରିପ ଟ୍ରିପ ମୋରମ ରାଜ୍ୟ ଓ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିଲା ।
ଖବରପାଇ ରାସଗୋବିନ୍ଦପୁର ପୋଲିସ ଅତର୍କିତ ଚଢ଼ାଉ କରି ତିନୋଟି ମୋରମ ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମାଟି ଖୋଳିବା ମେସିନ (ଜେସିବି)ଜବତ କରିଥିଲା । ସୂଚନା ହସ୍ତଗତ ହେବା ପର୍ଯ୍ୟନ୍ତ ମୋରମ ଟ୍ରାକ୍ଟର ଓ ଜେସିବି ଜବତ ହେବା ସହ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ପରେ ଚାରି ଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ