ETV Bharat / state

ପୋଲିସର ଦବଙ୍ଗଗିରି, ଲାଠି ମାଡରେ ଫାଟିଲା ଯୁବକଙ୍କ ମୁଣ୍ଡ

author img

By

Published : Mar 29, 2021, 11:04 PM IST

ଚେକିଂ ବେଳେ କରଞ୍ଜିଆ ପୋଲିସର ଦବଙ୍ଗଗିରି । ଲାଠିମାଡରେ ଯୁବ ବ୍ୟବସାୟୀ ଗୁରୁତର । ଅଧିକ ପଢନ୍ତୁ....

ହେଲମେଟ ଚେକିଂ ବେଳେ ପୋଲିସର ଦାଦାଗିରି , ଲାଠି ମାଡରେ ଫାଟିଲା ଯୁବ ବ୍ୟବସାୟୀଙ୍କ ମୁଣ୍ଡ

ରାଇରଙ୍ଗପୁର: ଚେକିଂ ବେଳେ କରଞ୍ଜିଆ ପୋଲିସର ଦାଦାଗିରି ଦେଖିବାକୁ ମିଳିଛି । ପୋଲିସର ଲାଠି ମାଡ଼ରେ ଯୁବ ବ୍ୟବସାୟୀ ମୁଣ୍ଡ ଫାଟିଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସାହାରପୋଡା ବାଇପାସ ଛକ ନିକଟରେ ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ କରଞ୍ଜିଆ ଥାନା ପୋଲିସର ହେଲମେଟ ଓ ମାସ୍କ ଚେକିଂ ବେଳେ ଜଣେ ଯୁବ ବ୍ୟବସାୟୀ ନିଜ ଘରକୁ ଯାଉଥିବା ବେଳେ ପୋଲିସର ଲାଠି ମାଡର ଶିକାର ହୋଇଥିଲେ । ଫଳରେ ଯୁବକଙ୍କ ମୁଣ୍ଡ ଫାଟି ଯାଇଥିବା ଦେଖିବାକୁ ମିଳିଛି । ତାଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ତେବେ ଗତକାଲି ଶରତ ଥାନା ଅଞ୍ଚଳ ଘଟଣା ମନରୁ ନ ଲିଭୁଣୁ ପୁଣି ଥରେ ମୟୂରଭଞ୍ଜ ପୋଲିସର ଦାଦାଗିରି ସାମ୍ନାକୁ ଆସିଛି ।

ତେବେ ପୋଲିସର ଚେକିଂ ଆଳରେ ଏପରି ପ୍ରତ୍ୟେକ ଦିନ ଛୋଟବଡ଼ ଘଟଣାରେ ଲୋକେ ଅତିଷ୍ଠ ହୋଇଗଲେଣି । ଆଜିର ଉକ୍ତ ଘଟଣା ପରେ ଆଜି ସାହାରପୋଡା ଛକ ନିକଟରେ ପୋଲିସର ଏପରି କାର୍ଯ୍ୟକୁ ଲୋକେ ବିରୋଧ କରି ପୋଲିସ ବିରୁଦ୍ଧରେ ନାରାବାଜି କରିବା ସହିତ ଚେକିଂ କରୁଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉତ୍ୟକ୍ତ ଲୋକେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.