ETV Bharat / state

ଦୁଷ୍କର୍ମ ମାମଲାରେ ଏଏସଆଇ ଶୁଭେନ୍ଦୁ ବେହେରା ଗିରଫ - ଗିରଫ ହେଲେ ପୋଲିସ ଏଏସଆଇ

ପୋଲିସକୁ ବାନ୍ଧିଲା ପୋଲିସ । ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ପୋଲିସ ଏଏସଆଇ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Nov 5, 2019, 1:57 PM IST

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ବହୁ ଚର୍ଚିତ ମହିଳା ଦୁଷ୍କର୍ମ ଅଭିଯୋଗ ଘଟଣାର ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୂର୍ବରୁ ବଦଳି ହୋଇଥିବା ବେଳେ ଆଜି ଗିରଫ ହୋଇଛନ୍ତି ଅଭିଯୁକ୍ତ ଏଏସଆଇ ଶୁଭେନ୍ଦୁ ବେହେରା । ଗତ ମେ ୧୩ ତାରିଖ ବିଳମ୍ବିତ ରାତ୍ରିରେ କପ୍ତିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରୁଥିବା କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରୀଣି । ହେଲେ କପ୍ତିପଦା ଥାନା ଅଧିକାରୀ ଏକତରଫା ତଦନ୍ତ କରି ଅଭିଯୋଗକାରୀଣି ପରିବାରକୁ ଗିରଫ କରି ଜେଲ ପଠାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବିନା ଦୋଷରେ ଦୀର୍ଘ ୩ମାସ କାଳ ଜେଲ ଯିବାପରେ ନ୍ୟାୟ ପାଇଁ ସେପ୍ଟେମ୍ବର ୧୬ ତାରିଖରେ ସମ୍ପୃକ୍ତ ପୀଡିତା ସହ ପରିବାର ଲୋକେ ନବୀନ ନିବାସ ସମ୍ମୁଖରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାର ଖୁବ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ପ୍ରତିଶୃତି ମିଳିବାପରେ ପରିବାର ଲୋକ ଘରକୁ ଫେରିଥିଲେ । ଏହି ଘଟଣାର ତଦନ୍ତ କରାଯାଇ ଏସପିଙ୍କ ନିର୍ଦେଶରେ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ଗିରଫ କରାଯାଇଛି । ଗିରଫ ଏଏସଆଇ ଶୁଭେନ୍ଦୁ ବେହେରା ପୂର୍ବରୁ ଏସପିଙ୍କ ଦ୍ଵାରା ନିଲମ୍ବିତ ହୋଇଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ବହୁଚର୍ଚିତ ମହିଳା ଦୁଷ୍କର୍ମ ଅଭିଯୋଗ ଘଟଣା।ଏହି ଘଟଣାରେ ଛନ୍ଦି ହୋଇ ବଦଳି ହୋଇଥିବା ଏ ଏସ ଆଇ ଶୁଭେନ୍ଧୁ ବେହେରା ଗିରଫ । ଗତ ମେ ୧୩ ତାରିଖ ବିଳମ୍ବିତ ରାତ୍ରିରେ କପ୍ତିପଦା ଥାନା ଅଂଚଳରେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରୁଥିବା କପ୍ତିପଦା ଥାନାରେ ଅଭିଯୋଗ ଆଣିଥିଲେ ହେଲେ କପ୍ତିପଦା ଥାନା ଅଧିକାରୀ ଏକତରଫା ତଦନ୍ତ କରି ଏଏସଆଇ କୁ ପରିବାର ଲୋକେ ମାଡ ମାରିଥିବା ଅଭିଯୋଗରେ ଉଦଳା କରାଗାରକୁ ପଠାଇଦେଇଥିଲେ । ଜେଲରେ ୩ଟି ଛୋଟ ପିଲା ୨ ମହିଳା ୨୩ଦିନ ରହି ଜାମିନରେ ଆସିବାପରେ ବାପ ପୁଅ ଜେଲରେ ୮୦ ଦିନ କାଳ କଟିଲେ । ଅପରପଟେ ବିନାଦୋଷରେ ଦୀର୍ଘ ୩ମାସ କାଳ ଜେଲରେ କାଳ କଟିବାପରେ ନ୍ୟାୟ ପାଇବା ପାଇଁ ସେପ୍ଟେମ୍ବର ୧୬ ତାରିଖ ରେ ସମ୍ପୃକ୍ତ ପିଡିତା ସହ ପରିବାର ଲୋକେ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ଖୁବ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯିବା ନେଇ ନବୀନଙ୍କ ଅଫିସରୁ ପ୍ରତିଶୃତି ମିଳିବାପରେ ପରିବାର ଲୋକ ଘରକୁ ଫେରିଥିଲେ । ତେବେ ତଦନ୍ତ କରାଯାଇ ଏସ ପି ଙ୍କ ନିର୍ଦେଶରେ ଏଏସଆଇ ଶୁଭେନ୍ଧୁ ବେହେରାଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ଏ ଏସ ଆଇ ଶୁଭେନ୍ଦୁ ବେହେରା ମଦ୍ୟ ପାନ କରି ଉଦଳା ବଜାରରେ ନିଜ କାର ରେ ଦୁଇ ଜଣ ବାଇକ ଚାଳକ ଙ୍କୁ ଧକ୍କା ଦେଇଥିଲେ। ଘଟଣାରେ ଶୁଭେନ୍ଦୁ ବେହେରା ଏସ ପି ଙ୍କ ଦ୍ଵାରା ନିଲମ୍ବିତ ମଧ୍ୟ ହୋଇଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.