ETV Bharat / state

ପିକଅପ ଭ୍ୟାନ ଚୋରି ଘଟଣାରେ 3 ଗିରଫ

author img

By

Published : Jun 24, 2020, 4:53 PM IST

Updated : Jun 24, 2020, 7:11 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ହାଟବାଦଡା ଗ୍ରାମର ଜହରଲାଲ ସାହୁଙ୍କ ଏକ ପିକଅପ ଭ୍ୟାନକୁ କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ତଦନ୍ତ କରି 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

police arrested
ପିକଅପ ଭ୍ୟାନ ଚୋରି ଘଟଣା

ରାଇରଙ୍ଗପୁର: ପିକଅପ ଭ୍ୟାନ ଚୋରି ଘଟଣାରେ 3 ଜଣଙ୍କୁ ଗିରଫ କଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ହାଟବାଦଡା ଗ୍ରାମର ଜହରଲାଲ ସାହୁଙ୍କ ଏକ ପିକଅପ ଭ୍ୟାନକୁ କେହି ଦୁର୍ବୃତ୍ତ ତାଙ୍କ ଗାଁରୁ ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ ପରେ ପୋଲିସ 3 ଜଣଙ୍କୁ ଗିରଫ କରିଛି ।

ପିକଅପ ଭ୍ୟାନ ଚୋରି ଘଟଣା

କେନ୍ଦୁଝର ଜିଲ୍ଲା ବଡ଼ବିଲ ଆଜାଦ ବସ୍ତିର ଏମଡି ତଭରେଜ ଓ ଯୋଡା ଅଞ୍ଚଳର ତଥା ଗ୍ରାମାଞ୍ଚଳ ଥାନା ଅଧୀନ କେନ୍ଦ୍ରାଇ ଗ୍ରାମରେ ରହୁଥିବା ଚନ୍ଦ୍ରଶେଖର ପୋଦାର ପିକଅପକୁ ଚୋରି କରିଥିଲେ । ଏହାପରେ ଏମାନେ ଝାଡ଼ଖଣ୍ଡର କୁଳିପୋଷି ଗ୍ରାମର ରିଜୱାନ ଅନସାରୀଙ୍କୁ 60 ହଜାର ଟଙ୍କାରେ ପିକଅପଟିକୁ ବିକ୍ରି କରିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା ।

ଯାହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jun 24, 2020, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.