ETV Bharat / state

ଶିମିଳିପାଳରୁ 4 ଶିକାରୀ ଗିରଫ, ଦୁଇଟି ଦେଶୀ ବନ୍ଧୁକ ଜବତ - ଶିମିଳପାଳ ଅଭୟାରଣ୍ୟ

Poacher arrested in Similipal: ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ । ଅଧିକ ପଢନ୍ତୁ

poacher arrested by forest department
ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ
author img

By ETV Bharat Odisha Team

Published : Jan 14, 2024, 8:51 AM IST

ରାଇରଙ୍ଗପୁର: ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଚାରି ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥିସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଶିକାରୀ ୪ ଜଣ ହେଲେ ଗମେଇଘାଟି ଗାଁର ସଞ୍ଜୟ ସିଂ, ସଂଗ୍ରାମ ସିଂ ଏବଂ ସୁବର୍ଣ୍ଣମଞ୍ଜରୀ ଗ୍ରାମର ବିଶୁ ସିଂ ଓ ମଣ୍ଟୁ ସିଂ।

ଏହା ମଧ୍ୟ ପଢନ୍ତୁ- ବିପଦରେ ବିଦେଶୀ ପକ୍ଷୀ, ଧରା ପଡ଼ିଲା ନାବାଳକ ପକ୍ଷୀ ଶିକାରୀ

ସୂଚନା ଅନୁଯାୟୀ, ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ଘନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କ ଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଥ ନାଏକ ଓ ଡେପୁଟି ରେଞ୍ଜର ସୁବାସ ସାହୁଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କିଛି ଶିକାରୀ ଦେଶୀ ବନ୍ଧୁକ ପାଖରେ ରଖି ଶିକାର କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ । ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଗୁଳି ଚଳାଇବେ ବୋଲି ସିଧାସଳଖ ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଆକ୍ସନ ମୋଡରେ ବନବିଭାଗ: ଶିକାରୀ ଗିରଫ, 4 ବନ୍ଧୁକ ଜବତ

ଏହା ମଧ୍ୟ ପଢନ୍ତୁ-ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର, ଜଣେ ଗିରଫ

ହେଲେ ପାଟ୍ରୋଲିଂରେ ଥିବା ବନ ବିଭାଗର ଟିମ୍ ସାହସର ସହ ମୁକାବିଲା କରି ଶିକାରୀଙ୍କୁ କାବୁ କରିଥିଲା । ଏଥିସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ ଫୋନ, କିଛି ଲୁହା ବୋଲ୍ ଓ କିଛି ଶୁଖିଲା ରାସନ୍ ସାମଗ୍ରୀ ଜବତ କରିଛି ବନ ବିଭାଗ । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖାଯିବା ସହିତ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୩୦ ତାରିଖରୁ କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନିମନ୍ତେ ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ ମୁତୟନ କରାଯାଇଛି । ଅଲିଭ ଗ୍ରୀନ ରଙ୍ଗର ଗାଡ଼ିକୁ ସ୍ଵତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥିରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖିପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେସ୍କ୍ୟୁ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.