ETV Bharat / state

ପିଚୁ ଟ୍ରକ ସହ ପିଟି ହୋଇ ୨ ଆହତ - mayurbhanj

ପିଚୁ ବୋଝେଇ ଡମ୍ପର ରାସ୍ତାରେ ପିଚୁ ଓହ୍ଲାଉଥିବାବେଳେ ବାଇକ ସହ ଧକ୍କା ହୋଇ ଦୁଇ ଯୁବକ ଗୁରୁତର ଆହତ । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାଜପଥ ଅବରୋଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 21, 2019, 10:14 AM IST

ମୟୂରଭଞ୍ଜ: ପିଚୁ ଗାଡିରେ ପିଟି ହୋଇ ୨ ଜଣ ଯୁବକ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ। ଆହତମାନେ ସ୍ଥାନୀୟ ସ୍ବରୂପ ଭିଲ୍ଲା ଅଞ୍ଚଳର ଗଣନାଥ ମହାକୁଡ ଏବଂ ବିଜୟ କୁମାର ମହାକୁଡ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସୋମବାର ମୟୂରଭଞ୍ଜର ୧୮ ନଂ ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ ୪ ଲେନ୍ ରାସ୍ତାକାମ ଚାଲୁଥିବା ବେଳେ ପିଚୁ ବୋଝେଇ ଡମ୍ପର ରାସ୍ତାରେ ପିଚୁ ଓହ୍ଲାଉଥିଲା। ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ଗଣନାଥ ଏବଂ ବିଜୟ ଏକ ବାଇକରେ ରାସ୍ତାକଡରେ ଛିଡା ହୋଇଥିବା ବେଳେ ଉକ୍ତ ଟ୍ରକଟି ପଛପଟୁ ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ସେମାନଙ୍କ ଉପରେ ପିଚୁ ଢାଳି ହୋଇ ୨ ଜଣ ଆହତ ହୋଇଥିଲେ।

ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପିଆରଏମ୍ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.