ETV Bharat / state

ଶିମିଳିପାଳରେ ବଢୁଛି ଗହଳି, ମନମୋହୁଛି ଜଳପ୍ରପାତ

ପିକନିକ ଋତୁ ଆରମ୍ଭରେ ଶିମିଳିପାଳ ଅଭୟାରଣ୍ୟରେ ଭିଡ ଜମାଇଛନ୍ତି ପର୍ଯ୍ୟଟକ । ଘଞ୍ଚ ଜଙ୍ଗଲ, ବନ୍ୟଜନ୍ତୁ ସାଙ୍ଗକୁ ଅଭୟାରଣ୍ୟ ଭିତରେ ଥିବା ଜଳପ୍ରପାତର ମନଭରି ମଜା ନେଉଛନ୍ତି ପର୍ଯ୍ୟଟକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Dec 15, 2019, 11:53 PM IST

Picnic mood: Tourits gathered in similipal national park
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ଆରମ୍ଭ ହୋଇଯାଇଛି ପିକନିକ ଋତୁ । ପ୍ରତିବର୍ଷ ଭଳି ଏବର୍ଷ ବି ଶିମିଳିପାଳ ଅଭୟାରଣ୍ୟରେ ଭିଡ ଜମାଇଛନ୍ତି ପର୍ଯ୍ୟଟକ । ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ଓ ପଡୋଶୀ ରାଜ୍ୟର ପର୍ଯ୍ୟଟକ ଏଠାକୁ ଛୁଟି ଆସିଛନ୍ତି । ଘଞ୍ଚ ଜଙ୍ଗଲ, ବନ୍ୟଜନ୍ତୁ ସାଙ୍ଗକୁ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି, ଉସୁକି, ଜୋରନ୍ଦା ଜଳପ୍ରପାତର ମନଭରି ମଜା ନେଉଛନ୍ତି ପର୍ଯ୍ୟଟକ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଶିମିଳିପାଳ ଜାତୀୟ ଉଦ୍ୟାନ

ସେହିପରି ପର୍ଯ୍ୟଟକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଠାରେ ରାତ୍ରିଯାପନ କରିବାକୁ ହେଲେ www.ecotourodisha.comରେ ଲଗଇନ କରି ଅଗ୍ରିମ ବୁକିଂ ମଧ୍ୟ କରିପାରିବେ ପର୍ଯ୍ୟଟକ । ତା' ସହିତ ଅଭୟାରଣ୍ୟ ଭିତରେ ସରକାରୀ କ୍ୟାଣ୍ଟିନର ମଧ୍ୟ ବ୍ୟବସ୍ଥା ରହିଛି । ବାରିପଦା ପିଠାବଟା ଓ ଜଶିପୁର କାଳିଆଣିରେ ପ୍ରବେଶ ସମୟରେ ଭୋଜନ ପାଇଁ ବୁକିଂ କଲେ ବରେହିପାଣିରେ ଖାଦ୍ୟ ସାମଗ୍ରୀ ପାଇପାରିବେ ପର୍ଯ୍ୟଟକ । ଅନ୍ୟପଟେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେଠାରେ ଥିବା ରାସ୍ତାର ଉନ୍ନତି ପାଇଁ ଦାବି କରିଛନ୍ତି ଟୁରିଷ୍ଟ ଗାଇଡମାନେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:କର୍ମ ଵ୍ୟସ୍ତ ମଣିଷ ଟିକେ ମାନସିକ ଶାନ୍ତି ପାଇବାକୁ ସେ ଯେତେବେଳେ ଵ୍ୟସ୍ତ ହୋଇପଡ଼େ , ସେ ଖୋଜିବୁଲେ ପ୍ରକୃତି ର ପ୍ରାକୃତିକ ଶୋଭା କିମ୍ବା ଦେବୀପୀଠ ପରିସର। ମୟୁରଭଞ୍ଜ ଜିଲ୍ଲାର ଭରପୁର ପ୍ରାକୃତିକ ବୈଭବ ସେଇଥିପାଇଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଶିମିଳିପାଳ ଅଭୟାରଣ୍ୟ। ତେବେ ଆସନ୍ତୁ ନା ଆଜି ବୁଲି ଯିବା ଶିମିଳିପାଳ ଅଭୟାରଣ୍ୟ କୁ।

Body:ମୟୁରଭଞ୍ଜ ଜିଲ୍ଲାର ଅନ୍ୟତମ ପ୍ରମୁଖ ଆକର୍ଷଣ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ। ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକ ମାନେ ଭିଡ ଜମାଇଛନ୍ତି ଶିମିଳିପାଳ ଅଭୟାରଣ୍ୟ ର ପ୍ରାକୃତିକ ଶୋଭା ଉପଭୋଗ କରି ମାନସିକ ଶାନ୍ତି ପାଇବେ ତା ସହିତ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି , ଉସୁକି, ଜୋରନ୍ଦା ଜଳପ୍ରପାତର ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହ ଚହଲା ରେ ବନ୍ୟଜନ୍ତୁ ଙ୍କୁ ଦେଖିବାର ନିଆରା ମଜା ନେଉଛନ୍ତି ପର୍ଯ୍ୟଟକ ମାନେ।
ବାଇଟ-୧-ରଶ୍ମି ଶର୍ମା-ଅନୁଗୁଳ ରୁ ଆସିଥିବା ପର୍ଯ୍ୟଟକ
ବାଇଟ-୨-ଗୌରବ ଶୁକ୍ଳା-ପର୍ଯ୍ୟଟକ
ଶିମିଳିପାଳ ଅଭୟାରଣ୍ୟ ରେ ରାତ୍ରିଯାପନ କରିବା ପାଇଁ ପର୍ଯ୍ୟଟକ ମାନେ ଓଡିଶା ସରକାରଙ୍କ ୱେବସାଇଟ www.ecotourodisha.com ରେ ଲଗ ଅନ କରି ଅଗ୍ରୀମ ବୁକିଙ୍ଗ କରିବା ସହ ରାତିରେ ଅଭୟାରଣ୍ୟ ର ମଜା ନେଇପାରିବେ। ତେବେ ଶିମିଳିପାଳ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକ ଙ୍କ ଭୋଜନ ପାଇଁ ସରକାରୀ କ୍ୟାଣ୍ଟିନ ର ବ୍ୟବସ୍ଥା ରହିଛି ଯାହାକି ଆପଣ ଉଭୟ ବାରିପଦା ପିଠାବଟା ଓ ଜଶିପୁର କାଳିଆଣି ରେ ପ୍ରବେଶ ସମୟରେ ଭୋଜନ ପାଇଁ ବୁକିଙ୍ଗ କଲେ ବରେହିପାଣି ଠାରେ ଖାଇବା ପାଇବେ। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ରାସ୍ତାଘାଟ ଉନ୍ନତମାନ କରିବାକୁ ଦାବି କରିଛନ୍ତି ଗାଇଡ଼ମାନେ।
ବାଇଟ-୩-ଅନୁଜା ଶୁକ୍ଳା-ପର୍ଯ୍ୟଟକ
ବାଇଟ- ରାଜେନ୍ଦ୍ର କୁମାର ବେହେରା-ଗାଇଡ଼ -ଶିମିଳିପାଳ ଇକୋ ଟୁରିଜିମ

Conclusion:ପି ଟି ସି ଅଛି
ଶିମିଳିପାଳ ଅଭୟାରଣ୍ୟ ଭିତରୁ ରିପୋଟିଂ
ETV SPECIAL REPORT
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.