ETV Bharat / state

ସୀମା ଟପିଗଲେ ଦୁର୍ବୃତ୍ତ, ସ୍କୁଲରୁ ଫେରିବାବେଳେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

author img

By

Published : Apr 14, 2022, 4:24 PM IST

ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଜଣେ ଦିବ୍ୟାଙ୍ଗ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବାବେଳେ ରାସ୍ତାରୁ ଟେକି ନେଇ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ଓ ସାତ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ସୀମା ଚପିଗଲେ ଦର୍ବୃତ୍ତ, ସ୍କୁଲରୁ ଫେରିବା ବେଳେ ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଜଣେ ଦିବ୍ୟାଙ୍ଗ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବାବେଳେ ରାସ୍ତାରୁ ଟେକି ନେଇ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ଓ ସାତ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଯଶୀପୁର ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ନାବାଳିକାଙ୍କୁ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ନେଇ ଏକ ବାଇକ ଯୋଗେ ଶିମିଳିପାଳ ରାସ୍ତାରେ ଥିବା ଘୋଡାଘାଗରୀ ଅଞ୍ଚଳକୁ ନେଇଯାଇଥିଲା । ସେଠାରେ ତିନିଜଣ ଦୁର୍ବୃତ୍ତ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ଗତ ମାର୍ଚ୍ଚ ୩୦ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ଏକ ପରିତ୍ୟକ୍ତ ଗୃହରେ ହାତଗୋଡ଼ ବାନ୍ଧି ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଶେଷରେ ନାବାଳିକାକୁ ଶାରୀରିକ ନିର୍ଯାତନା ଦେବା ସହିତ ଘରୁ ବାହାର କରି ଫିଙ୍ଗି ଦେଇଥିଲେ ।

ସେପଟେ ଝିଅର କୌଣସି ପତ୍ତା ନପାଇ ପରିବାର ଲୋକେ ଆଖପାଖ ଘର ତଥା ସମସ୍ତ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇନଥିଲେ । ତେବେ ଗତ ୩ ତାରିଖ ଦିନ ଯଶୀପୁର ଥାନାରେ ଝିଅର ନିଖୋଜ ନେଇ ପରିବାର ଲୋକେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଅଭିଯୋଗ ପାଇ ମଧ୍ୟ ଚୁପ୍‌ ବସିଥିଲା । ତେବେ ନାବାଳିକା ଝିଅଟି କୌଣସି ମତେ ଘରେ ପହଞ୍ଚି କାନ୍ଦି କାନ୍ଦି ସବୁ କଥା ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକେ ପୁଣି ଥାନାରେ ଘଟଣା ବିଷୟରେ ଅବଗତ କରାଇଥିଲେ । ଶେଷରେ ବିଭିନ୍ନ ପ୍ରକାର ଚାପରେ ପଡି ଯଶୀପୁର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ, ଏବେ ସୁଦ୍ଧା ସମସ୍ତ ଅଭିଯୁକ୍ତ ମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଯଶୀପୁର ଥାନା ପୋଲିସ ଚେଷ୍ଟା ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.