ETV Bharat / state

ସଂଜ୍ଞାହୀନ ବିକାଶ, 114 ପରିବାରକୁ ଭରସା ବାଉଁଶ ପୋଲ - People traveling on bamboo pole

ଆଦିବାସୀ ଆଧ୍ୟୁଷିତ ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ ଡଙ୍ଗାସାହି ଗ୍ରାମରେ ଅପହଞ୍ଚ ବିକାଶ । ପୋଲ ଉପରେ ବାଜି ଲାଗୁଛି ନିରୀହ ଜୀବନ । ଯାତାୟତ ଠାରୁ ପାନୀୟ ଜଳ ଯାଏଁ ସବୁ କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ସଂଜ୍ଞାହୀନ ବିକାଶ, 114 ପରିବାରକୁ ଭରସା ବାଉଁଶ ପୋଲ

author img

By

Published : Sep 10, 2021, 5:58 PM IST

ରାଇରଙ୍ଗପୁର: ତଳେ ସାଳନ୍ଦୀ ନଦୀ । ଉପରେ ବାଉଁଶ ପୋଲ । ପୋଲ ଉପରେ ନିତି ବାଜି ଲାଗୁଛି ନିରୀହ ଜୀବନ । ସରକାରଙ୍କ ବିକାଶର ଚିତ୍ର ବଖାଣୁଛି ଆଦିବାସୀ ଆଧ୍ୟୁଷିତ ଅଞ୍ଚଳର ଏହି ବାଉଁଶ ପୋଲ । ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ମାଳ ମାଳ ଯୋଜନା କରୁଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ଗଠନ କରିଛନ୍ତି । ହେଲେ ତଥାପି ଚିର ଅବହେଳିତ ଓ ନିଷ୍ପେସିତ ହୋଇ ରହିଛନ୍ତି ଆଦିବାସୀ । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର ଡଙ୍ଗାସାହି ଗ୍ରାମରେ । ଯେଉଁଠି ବସବାସ କରୁଥିବା ଲୋକଙ୍କ ପାଇଁ ବିକାଶ ପାଲଟିଛି ସାତ ସପନ । ଯାତାୟତଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟବାସୀ ।

ସଂଜ୍ଞାହୀନ ବିକାଶ, 114 ପରିବାରକୁ ଭରସା ବାଉଁଶ ପୋଲ

ଠାକୁରମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ ୨୫ କିମି ଦୂରରେ ଅବସ୍ଥିତ ଆଦିବାସୀ ଗାଁ ଡଙ୍ଗାସାହି । ଗାଁର ତିନୋଟି ସାହି ବଙ୍ଗାଳି ସାହି, ଘୁଟୁ ସାହି ଓ ବଳ ସାହିରେ ବାସ କରନ୍ତି ୧୧୪ ପରିବାର । ଯାହାର ଲୋକସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ବ । କେଉଁ ଆବାହମାନ କାଳରୁ ଚାଷବାସ କରି ଓ ଜଙ୍ଗଲଜାତ ଦ୍ରବ୍ୟରୁ ଜୀବିକା ନିର୍ବାହ କରିଆସୁଛନ୍ତି ଡଙ୍ଗାସାହିବାସୀ । ଗାଁରେ ଆମ୍ବୁଲାନ୍ସ ସେବା କ'ଣ କେହି ଜାଣନ୍ତି ନାହିଁ । ଅସରାଏ ବର୍ଷା ହେଲେ ଶିମିଳିପାଳ ପାହାଡରୁ ଝରଣା ପାଣିରେ ସାଳନ୍ଦୀ ନଦୀ ଫୁଲି ଉଠେ । କିଛି ଦିନ ପୂର୍ବରୁ ଗ୍ରାମର ଗଜିଲା ବାନରା (୬୨) ନାମକ ବୃଦ୍ଧ ହାଟ ସାରି ନଦୀ ଦେଇ ଫେରିବା ସମୟରେ ନଦୀ ସ୍ରୋତରେ ଭାସି ଯାଇ ପ୍ରାଣ ହରାଇଥିଲେ । ହେଲେ ଏହି ନଦୀ ପାର୍ ହେବାକୁ ଗ୍ରାମବାସୀଙ୍କ ପାଇଁ ଏକମାତ୍ର ସାହାଭରସା ବାଉଁଶ ପୋଲ । ଉକ୍ତ ପୋଲ ଦ୍ବାରା ହିଁ ସେହି ଗ୍ରାମକୁ ଯୋଗାଯୋଗ ସମ୍ଭବ ହୋଇ ପାରିଥାଏ । ପ୍ରତି ମାସରେ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଅଙ୍ଗନବାଡିରୁ ମିଳୁଥିବା ସରକାରୀ ସହାୟତା ପାଇଁ ମାଆ ଓ ଶିଶୁଙ୍କୁ ବିପଦସଙ୍କୁଳ ଭାବେ ବାଉଁଶ ପୋଲ ଉପରେ ଯିବାଆସିବା କରିବାକୁ ପଡେ ।

କେବଳ ସେତିକି ନୁହେଁ ସେଠାରେ ପାନୀୟଜଳ ପାଇଁ ନଳକୂପଟିଏ ନାହିଁ । ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି ଥକି ଗଲେଣି ଗ୍ରାମବାସୀ । ତଥାପି ବିକାଶ କ'ଣ ଜାଣି ପାରିଲେ ନାହିଁ ଏଠାକାର ବାସିନ୍ଦା । ଯଦି ଆଗାମୀ ଦିନରେ ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ନ ହୁଏ ତେବେ ଆସନ୍ତା ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.