ETV Bharat / state

ଅନ୍ଧବିଶ୍ବାସର ଅନ୍ଧ ଗଳିରେ ମଣିଷ: ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଦଣ୍ଡ - mayurbhaj

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କ ଉପରେ ଗ୍ରାମବାସୀଙ୍କ ଜୁଲମ୍। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧୀନରେ ଥିବା ନନ୍ଦାବସା ଗ୍ରାମରେ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : May 12, 2019, 12:09 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନସ୍ଥ ନନ୍ଦିବସା ଗ୍ରାମରେ ଘଟିଛି ଅମାନବୀୟ ଘଟଣା । ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଟାଣ ଖରାରେ ବସାଇଲେ ଗ୍ରାମବାସୀ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ୍ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ଶନିବାର ଗାଁର ସଲମା ସୋରେନ ନାମଙ୍କ ମହିଳାଙ୍କ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଗାଁରେ ରହୁଥିବା ଜଣେ ବୃଦ୍ଧା ଗୁଣିଗାରେଡି କରିଥିବା ଯୋଗୁଁ ଏଭଳି ଘଟିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ବୃଦ୍ଧା ମହିଳାଙ୍କୁ ବଳ ପୂର୍ବକ ଟାଣି ନେଇ ଗାଁ ନିକଟସ୍ଥ ଏକ ଫୁଟବଲ ପଡିଆରେ ଟାଣ ଖରାରେ ବସାଇ ଦେଇଥିଲେ । ସଲମାଙ୍କ ଦେହ ଠିକ୍ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଅଡି ବସିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ପରେ ଖବର ପାଇ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ବୃଦ୍ଧାଙ୍କୁ ସେମାନଙ୍କ ନିକଟରୁ ଉଦ୍ଧାର କରିଥିଲା । ପୋଲିସ ବୁଝାସୁଝା କରିବା ପରେ ସଲମାଙ୍କ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.