ETV Bharat / state

ଗଛରେ ଚିତ୍ର ଆଙ୍କି ପୁଣ୍ୟତିଥିରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି - pay tributes to atal bihari vajpayee in mayurbhanja

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଗଛରେ ଚିତ୍ର ଆଙ୍କି ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର । ଅଧିକ ପଢନ୍ତୁ...

pay tributes to atal bihari vajpayee in mayurbhanja
ନିଆରା ଢଙ୍ଗରେ ବାଜପେୟୀଙ୍କୁ ଜନ୍ମ ଜୟନ୍ତୀରେ ଦିଆଗଲା ଶ୍ରଦ୍ଧାଞ୍ଜଳି
author img

By

Published : Dec 25, 2020, 9:56 PM IST

ବାରିପଦା: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ । ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏପରି ଏକ ନାମ, ଯିଏ ନିଜ ବ୍ୟକ୍ତିତ୍ବ ଓ କୃତିତ୍ବ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଛନ୍ତି । କେନ୍ଦ୍ର ସରକାର ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରୁଛନ୍ତି । ୧୯୨୪ ମସିହା ଆଜିର ଦିନରେ ଅଟଳ ଜନ୍ମ ନେଇଥିଲେ ଗ୍ବାଲିୟର ସହରରେ । ୨୦୧୫ ମସିହାରେ ଭାରତ ରତ୍ନ ସମ୍ମାନରେ ତାଙ୍କୁ ସମ୍ମାନ କରାଯାଇଥିଲା । ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କୁ ମନେ ପକାଉଛି।

ନିଆରା ଢଙ୍ଗରେ ବାଜପେୟୀଙ୍କୁ ଜନ୍ମ ଜୟନ୍ତୀରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ଏହି ଅବସରରେ ଗଛରେ ଖୋଦେଇ କରି ଅଟଳ ବିହାରୀ ବାଜପେୟୀଙ୍କ ଅବିକଳ ଚିତ୍ର ଆଙ୍କିଛନ୍ତି ମୟୁରଭଞ୍ଜ ବେତନଟୀ ବ୍ଳକ ଆଗାଡ ଗାଁର ଶିଳ୍ପୀ ସମରେନ୍ଦ୍ର । ଗାଁ ମୁଣ୍ଡରେ ଥିବା କରଞ୍ଜ ଗଛରେ ବାଜପେୟୀଙ୍କ ଅବିକଳ ଚିତ୍ର ଆଙ୍କି ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତେବେ ଗଛରେ ଚିତ୍ର ଆଙ୍କିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ସମରେନ୍ଦ୍ର । ପୂର୍ବରୁ ଅନେକ ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି ସେ । ମୁଦ୍ରଣକଳାରେ ସ୍ନାତକୋତ୍ତରର ଡିଗ୍ରୀ ହାସଲ କରି ଏକ ଘରୋଇ କଲେଜରେ ଅଧ୍ୟାପନା କରୁଥିବା ଶିଳ୍ପୀ ସମରେନ୍ଦ୍ର ଲକଡାଉନ ପାଇଁ ଏବେ ସବୁ ସମୟ ଗାଁରେ କଟୁଛି । ଏହି ବଳକା ସମୟରେ ପରିଶ୍ରମ କିଛି ଅଭିନବ ତଥା ଗଠନ ମୂଳକ କାର୍ଯ୍ୟ ନିର୍ମାଣ କରିବାର ନିଶା ତାଙ୍କୁ ଏଭଳି କରିବାପାଇଁ ଅବିକଳ ବାଟ କଢାଇ ନେଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.