ETV Bharat / state

ରୋଗୀ ଚୋରି କଲା ଫାର୍ମାସିଷ୍ଟଙ୍କ ହାର - chain

ନୂଆ କୌଶଳରେ ଲୁଟେରାଙ୍କ ଲୁଟ୍ । ରାସଗୋବିନ୍ଦପୁର ଥାନା ତୋଟାପଡା ଡାକ୍ତରଖାନାରେ ରୋଗୀ ରୂପରେ ଚୋରିକଲେ ଫାର୍ମାସିଷ୍ଟଙ୍କ ଚେନ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Jun 3, 2019, 7:08 PM IST

ବାରିପଦା: ରୋଗୀ ହୋଇ ଆସିଲେ, ଚୋର ହୋଇ ଲୁଟିଲେ । ଏଭଳି ଅଭିନବ ଉପାୟରେ ଚୋରି ହୋଇଛି ରାସଗୋବିନ୍ଦପୁର ଥାନା ତୋଟାପଡା ଚିକିତ୍ସାଳୟରେ । ଗଛ ଡା଼ଳ ପଡ଼ି ହାତ ଭାଙ୍ଗିଯାଇଥିବା ନେଇ ଦୁଇ ଜଣ ବ୍ୟକ୍ତି ତୋଟାପଡା ଡାକ୍ତରଖାନାକୁ ଆସି ଫାର୍ମାସିଷ୍ଟ ସଞ୍ଜୁରାଣୀ ସାହୁଙ୍କୁ କହିଥିଲେ । ସଞ୍ଜୁରାଣୀ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନାରେ ଚିକିତ୍ସା ଆରମ୍ଭ ମଧ୍ୟ କରିଥିଲେ । ଠିକ୍ ଏହି ସମୟରେ ରୋଗୀ ଫାର୍ମାସିଷ୍ଟଙ୍କ ବେକରୁ ସୁନା ହାର ଛିଣ୍ଡାଇ ଦୌଡ଼ି ପଳାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ରବିବାର ସଂନ୍ଧ୍ୟାରେ ପବନ ବର୍ଷା ହୋଇ କରେଣ୍ଟ କଟିଯାଇଥିଲା । ଡ଼ାକ୍ତରଖାନା ପରିସର ଅନ୍ଧାର ଥିବା ସମୟରେ ଦୁଇ ଲୁଟେରା ଚିକିତ୍ସା ବାହାନାରେ ଆସି ଘଟାଇଥିଲେ ଏପରି ଲୁଟପାଟ୍ । ପ୍ରଥମ ରୋଗୀ ଜଣଙ୍କ ସଞ୍ଜୁରାଣୀଙ୍କ ବେକରୁ ଚେନ୍ ନେଇ ପଳାଇବା ପରେ ଦ୍ବିତୀୟ ଜଣଙ୍କ ମଧ୍ୟ ଦୌଡ଼ି ପଳାଇଥିଲେ । ଫାର୍ମାସିଷ୍ଟଙ୍କ ଚିତ୍କାର ଶୁଣି ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀ
ଆସିଲାବେଳକୁ ଚୋର ଦ୍ବୟ ଫେରାର ହୋଇଯାଇଥିଲେ ।

ଲୁଟେରା ଦୁଇଜଣ ଦୌଡି ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନିପାରି ଫାର୍ମାସିଷ୍ଟଙ୍କୁ କହିଥିଲେ । ପରେ ଫାର୍ମାସିଷ୍ଟ ସଞ୍ଜୁରାଣୀ ରାସଗୋବିନ୍ଦପୁର ଥାନାକୁ ଏ ବାବଦରେ ଜଣାଇଥିଲେ । ତେବେ ସୋମବାର ରାସଗୋବିନ୍ଦପୁର ପୋଲିସ ସଦଳବଳେ ତେନ୍ତୁଳିଗାଁରେ ପହଞ୍ଚି ସୂଚନା ମୁତାବକ ପ୍ରଥମେ ଅବିନାଶ ଦେହୁରୀଙ୍କ ଘରେ ପହଞ୍ଚି ଅବିନାଶକୁ ନିଜ କବଜାକୁ ଆଣି ପଚରାଉଚରା କରିଥିଲା । ଘଟଣା ବିଷୟରେ ଅଭିଯୁକ୍ତ ଅବିନାଶ ମାନିଯିବା ପରେ ତା ଠାରୁ ସୁନା ଚେନ ଜବତ କରିବା ସହ ସହଯୋଗୀ ସୁଶାନ୍ତ ଦଳେଇକୁ ମଧ୍ୟ ଗିରଫ କରିଛି ପୋଲିସ ।

ପୋଲିସ ଏହି ଦୁଇଜଣଙ୍କ ସହିତ ଆଉ କିଏ ଜଡ଼ିତ ଅଛି ଜାଣିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରି ଦଫା ୪୭/୧୯ରେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

ମୟୁରଭଞ୍ଜରୁ ମୃତ୍ଯୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-LOOT 
AVB-MRUTYUNJAY SENAPATI,MAYURBHANJ
DATE-03.06.2019
ANCHOR-ଅଭିନବ ଉପାୟରେ ଚୋରୀ। ଦିନକୁଦିନ ଲୁଟେରା ମାନେ ନୂଆ ନୂଆ କୌଶଳ ରେ ଲୂଟ କରୁଛନ୍ତି। ଏମିତି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ତୋଟାପଡା ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଡାକ୍ତରଖାନାକୁ ରୋଗୀ ହୋଇ ଆସିଲେ ଚୋର ହୋଇ ଲୁଟିଲେ। ଯାହା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗତକାଲି ରାତିରେ ପବନବର୍ଷା ହୋଇଥିବାରୁ ଇଲେକ୍ଟ୍ରି କରେଣ୍ଟ  ନ ନଥିବା ସମୟରେ  ଡ଼ାକ୍ତରଖାନା ପରିସର ଅନ୍ଧାର ଥିଲା। ଏହି ସମୟରେ ରୋଗୀ ହୋଇ ଚିକିତ୍ସା ପାଇଁ ଆସି ମହିଳା ଫାର୍ମାସିଷ୍ଟଙ୍କ ବେକରୁ ଲୁଟିନେଲେ ସୁନାହାର । ଦୁଇ ଜଣ ରୋଗୀ ତୋଟାପଡା ଡାକ୍ତରଖାନା କୁ ଆସି ମହିଳା ଫାର୍ମାସିଷ୍ଟ ସଞ୍ଜୁରାଣୀ ସାହୁ ଙ୍କୁ କହିଥିଲେ ଆମ ଉପରେ ଗଛ ଡାଳ ପଡି ହାତ ଛିଡି ଯାଇଛି  ଟିକେ ଦେଖନ୍ତୁ ।  ଫାର୍ମାସିଷ୍ଟ ସଞ୍ଜୁରାଣୀ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିବା ପାଇଁ ଯାଉଥିବା ବେଳେ  ପ୍ରଥମେ ଜଣେ ଫାର୍ମାସିଷ୍ଟ ଙ୍କ ବେକରୁ ସୁନା ହାର ଛିଣ୍ଡାଇ ଦୈଡି ପଳାଇଲା  ପରେ ଅନ୍ୟ ଜଣକ ମଧ୍ୟ ସେଠାରୁ ଦୈଡି ପଳାଇଥିଲା । ଫାର୍ମାସିଷ୍ଟ ପାଟି କରିବା ରୁ ଟିକେ ଦୂରରେ ଥିବା ଜଣେ କର୍ମଚାରୀ ଆସିଲା ବେଳକୁ ଦୁଇଜଣ ସେଠାରୁ ପଳାଇଥିଲେ । ତେବେ ଲୁଟେରା ଦୁଇଜଣ ଦୌଡି ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକମାନେ ଦୁଇଜଣ ଙ୍କ ମଧ୍ୟ ରୁ ଜଣଙ୍କୁ ଚିହ୍ନି ପାରି ଫାର୍ମାସିଷ୍ଟ ଙ୍କୁ କହିଥିଲେ ଜଣଙ୍କ ଘର ରାସଗୋବିନ୍ଦପୁର ଥାନା ତେନ୍ତୁଳିଗାଁ ର ବୋଲି ଜଣାପଡିଥିଲା। ପରେ ଫାର୍ମାସିଷ୍ଟ ରାସଗୋବିନ୍ଦପୁର ଥାନାକୁ ଏବାବଦରେ ଜଣାଇଥିଲେ । ତେବେ ଆଜି ରାସଗୋବିନ୍ଦପୁର ପୋଲିସ ସଦଳବଳେ ତେନ୍ତୁଳିଗାଁରେ ପହଞ୍ଚି ସୂଚନା ମୁତାବକ ପ୍ରଥମେ ଅବିନାଶ ଦେହୁରୀ ଙ୍କ ଘରେ ପହଞ୍ଚି ଅବିନାଶକୁ ନିଜ କବଜାକୁ ପଚରାଉଚରା କରିଥିଲା। ଘଟଣା ମାନିଯିବା ସହିତ ଅବିନାଶ ଠାରୁ ସୁନା ଚେନ ଜବତ କରିବା ପରେ ଅବିନାଶ ର ସହଯୋଗୀ ସୁଶାନ୍ତ ଦଳେଇ କୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଦୁଇଜଣ ତଦନ୍ତ ବେଳେ ସୁନାଚେନ ଲୁଟ କରିବା ଘଟଣା ପୋଲିସ ନିକଟରେ  ଦୋଷ ସ୍ୱୀକାର କରିଛନ୍ତି । ଚିକିତ୍ସା ବାହାନାରେ ମହିଳା ଫାର୍ମାସିଷ୍ଟ ସଞ୍ଜୁରାଣୀ ସାହୁ ଙ୍କ ଠାରୁ ସୁନା ହାର ଅଭିନବ ଭାବେ ଚୋରି ଘଟଣା ଏବେ  ଚର୍ଚ୍ଚା ର ବିଷୟ ପାଲଟିଛି । ଫାର୍ମାସିଷ୍ଟ ସଞ୍ଜୁରାଣୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି  ପୋଲିସ ଏହି ଦୁଇଜଣ ସହିତ ଆଉ କିଏ ଜଡ଼ିତ ଅଛି ଜାଣିବା ପାଇଁ  ଅଧିକ ତଦନ୍ତ ଆରମ୍ଭ କରି ୪୭/୧୯ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ବାଇଟ-ସଞ୍ଜୁରାଣୀ ସାହୁ,ଫାର୍ମାସିଷ୍ଟ
ବାଇଟ-ଶ୍ରୀଧର ନାଏକ, ASI, ବଡାମପୁର ଫାଣ୍ଡି ଅଧିକାରୀ।

Visual byte FTP

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.