ETV Bharat / state

ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ - ମୟୂରଭଞ୍ଜରେ ଖଟିଆରେ ବୁହାହେଲେ ରୋଗୀ

ମୟୂରଭଞ୍ଜ ଜିଲ୍ଲା ଜଶୀପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତର କାଶିପାଳ ଗାଁ ରେ ଭଲ ରାସ୍ତା ନଥିବାରୁ ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ । ସାମାନ୍ୟ ବର୍ଷା ହେଲେ କାଦୁଅରେ ଭର୍ତ୍ତି ହୋଇଯାଉଛି ରାସ୍ତା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ
ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ
author img

By

Published : Oct 2, 2020, 7:04 PM IST

ରାଇରଙ୍ଗପୁର: ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ । ସ୍ବାଧୀନତାର ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏମିତି କିଛି ଅଞ୍ଚଳ ରହିଛି ଯେଉଁ ଅଞ୍ଚଳ କି ବର୍ତ୍ତମାନ ବି ଅପହଞ୍ଚ। ସାମାନ୍ୟ ବର୍ଷାରେ ଲୋକେ କାଦୁଅ ପଚପଚରେ ବିପଦ ସଙ୍କୁଳ ଅବସ୍ଥାରେ ଗମନାଗମନ କରୁଥିବା ବେଳେ ଲଗାଣ ବର୍ଷାରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାନ୍ତି ।

ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ

ମୟୂରଭଞ୍ଜ ଜିଲ୍ଲା ଜଶୀପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତର କାଶିପାଳ ଗାଁ ଲୋକେ ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଆଜି ସେହି ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ରୋଗୀକୁ ଗାଁ ଲୋକେ ୩ କିମି ଖଟିଆରେ ବୋହି ଆମ୍ବୁଲାନ୍ସରେ ମେଡ଼ିକାଲକୁ ନେଇଥିଲେ।

ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ବ୍ଲକରୁ କେବଳ ୫ କିମି ଦୂର ଥିବା ଏହି ଗାଁ କୁ କେମିତି ପ୍ରଶାସନର ନଜର ପଡିପାରୁ ନାହିଁ । ସେପଟେ ଗାଁ ଲୋକେ ବହୁତ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ତେବେ ଜଶିପୁର ବ୍ଲକ ବିଡ଼ିଓ ଏ ବିଷୟରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.