ETV Bharat / state

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଶିକ୍ଷୟିତ୍ରୀଙ୍କୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ କଣ୍ଟାବଣୀ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି:ସ୍କୁଲରେ ତାଲା ପକାଇଲେ ଅଭିଭାବକ

author img

By

Published : Jul 29, 2022, 10:29 PM IST

ରାଇରଙ୍ଗପୁର : ଶିକ୍ଷୟିତ୍ରୀଙ୍କ ପାଇଁ ତାତିଲେ ଅଭିଭାବକ । ଶିକ୍ଷୟିତ୍ରୀଙ୍କୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ କଣ୍ଟାବଣୀ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି,ସ୍କୁଲରେ ତାଲା ପକାଇଲେ ଅଭିଭାବକ

ସୂଚନା ଅନୁଯାୟୀ, କଣ୍ଟାବଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୬୭ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପାଞ୍ଚ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ତେବେ ଶିକ୍ଷୟିତ୍ରୀ ବନ୍ଦନା ମହାନ୍ତି ୨୦୧୫ ରୁ ଏବେ ଯାଏଁ ସ୍କୁଲକୁ ସଠିକ ସମୟରେ ନ ଆସିବା ଏବଂ ସ୍କୁଲ ଆସି ଅଳ୍ପ ସମୟ ସ୍କୁଲରେ ରହି ପୁଣି ଘରକୁ ପଳେଇ ଯିବା ନେଇ ଅଭିଯୋଗ ହୋଇଛି । ପ୍ରତ୍ୟେକ ଦିନ ଶିକ୍ଷୟିତ୍ରୀ ଜଣକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏ ନେଇ ଅଭିଭାବକମାନେ ରାଇରଙ୍ଗପୁର ବିଇଓଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ ହେଁ ସେ ଅନୁପସ୍ଥିତ ଥିବାରୁ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ । ହେଲେ କୈଣସି ସୁଫଳ ନ ମିଳିବାରୁ ଶେଷରେ ଆଜି ବିଦ୍ୟାଳୟରେ ତାଲା ପକେଇ ଦେଇଥିଲେ ଅଭିଭାବକ । ଖବର ପାଇ ରାଇରଙ୍ଗପୁର ଏବିଇଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ । ୧୫ ଦିନ ମଧ୍ୟରେ ସେହି ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାର ପ୍ରତିଶୃତି ଦେଇଥିଲେ । ଏହାପରେ ଗ୍ରାମବାସୀ ଓ ଅଭିଭାବକମାନେ ଆନ୍ଦୋଳନ ପ୍ରତ୍ୟାହାର କରି ବିଦ୍ୟାଳୟର ଗେଟ୍ ଖୋଲିଥିଲେ ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.