ETV Bharat / state

ବଲାଙ୍ଗୀରରେ ବୁଲା କୁକୁର ଆତଙ୍କ, କାମୁଡାରେ 17 ଆହତ - STRAY DOG MENACE

ସଇଁତଳାରେ ବୁଲା କୁକୁର ଆତଙ୍କ । ଯାହାକୁ ପାଇଲା ତାକୁ କାମୁଡିଲା । ବର୍ତ୍ତିପାରିଲେନି ମହିଳା ଓ ଶିଶୁ ।

STRAY DOG MENACE
STRAY DOG MENACE (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 4:31 PM IST

ବଲାଙ୍ଗୀର: ସଇଁତଳାରେ ବୁଲା କୁକୁରଙ୍କ ଦୌରତ୍ମ୍ୟ । କୁକୁର କାମୁଡାରେ 17 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବଲାଙ୍ଗୀରର ଏମସିଏଚରେ ଭର୍ତ୍ତି କରାଯାଇଛି ।

ବୁଲା କୁକୁର ଆତଙ୍କ:

STRAY DOG MENACE
STRAY DOG MENACE (ETV Bharat Odisha)

ବଲାଙ୍ଗୀର ସଇଁତଳା ଗ୍ରାମରେ ବୁଲା କୁକୁର ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ବୁଲା କୁକୁର କାମୁଡ଼ାରେ ଏଠିକାର 17 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିବାର ଜଣାପଡ଼ିଛି । ତେବେ ଗତରାତି(ଶନିବାର)ରେ ସଇଁତଳା ଅଞ୍ଚଳର ଚରଚରା, ପିପ୍ରୁଟ, ଡୁମାଳ ପଡ଼ାରେ ଏକ ବୁଲା କୁକୁର ସମସ୍ତଙ୍କୁ କାମୁଡିଛି । ଯେଉଁଥିରେ ମୋଟ 17 ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ଦୁଇ ଶିଶୁ ମଧ୍ୟ ଅଛନ୍ତି । ସେପଟେ ସମସ୍ତ ଆହତଙ୍କ ଚିକିତ୍ସା ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରାଯାଇଥିଲା । ଏଥିରେ ସାତ ଜଣ ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯାହାକୁ ପାଇଲା ତାକୁ କାମୁଡିଲା ବୁଲା କୁକୁର:

DOG BITE
DOG BITE (ETV Bharat Odisha)

ଗୋଟିଏ ବୁଲା କୁକୁର ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଦେଖିବାକୁ ମିଳିଛି । ଗୋଟିଏ ଦିନରେ କିଛି ଘଣ୍ଟା ମଧ୍ୟରେ ବୁଲା କୁକୁରର ଦୌରାତ୍ମ୍ୟ ଏଠି ଦେଖିବାକୁ ମିଳିଥିବା ବେଳେ ତା ସମ୍ମୁଖରେ ଯିଏ ପଡ଼ିଲା ତାକୁ କୁକୁର କାମୁଡି ଚାଲିଥିଲା । ସାଧାରଣରେ ଏହାକୁ ନେଇ ଭୟ ଥିବା ବେଳେ ସଂପୃକ୍ତ କୁକୁରକୁ କାବୁ କରିବାକୁ ଲୋକେ ଦାବି କରିଛନ୍ତି । ସେହିପରି ଏହି ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ନୀତି ଦିନ ଲୋକେ କୁକୁର କାମୁଡ଼ାରେ ଆହତ ହେଉଥିବାର ଅଭିଯୋଗ ହୋଇଛି । ତେଣୁ ଏଠି ବୁଲା କୁକୁରଙ୍କ ବଂଶ ବୃଦ୍ଧି ରୋକିବାକୁ ମଧ୍ୟ ଦାବି ଉଠିଛି । ସେପଟେ ଏହି ଘଟଣାକୁ ନେଇ ଏଯାଏଁ କୌଣସି ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ପ୍ରଶାସନ ଏହାକୁ ନେଇ ଶୀଘ୍ର ପଦକ୍ଷେପ ନେବ ଆଶା କରାଯାଉଛି ।

DOG BITE
DOG BITE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ବୁଲା କୁକୁର ଆକ୍ରମଣରେ ବୃଦ୍ଧା ମୃତ, ବାଲେଶ୍ବରରେ ଅଭାବନୀୟ ଘଟଣା

ବଟନ୍‌ ଚିପି ମଣିଷଙ୍କ ଭଳି କଥା କହିପାରେ କି କୁକୁର ? କଣ କହୁଛି ବିଜ୍ଞାନ - Can Dogs Talk By Pressing Buttons

ବୁଲା କୁକୁରଙ୍କୁ ଦିଆଯିବ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ - VACCINES TO BE GIVEN STRAY DOGS

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.