ETV Bharat / state

ଶିକ୍ଷକଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

author img

By

Published : Jun 2, 2022, 8:32 AM IST

ରାଜ୍ୟ ସରକାର ୫-ଟି ଯୋଜନାରେ ସ୍କୁଲ ଉନ୍ନତିକରଣ ନାମରେ ଡିଣ୍ଡିମ ପିଟି ଚାଲୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

ଶିକ୍ଷକଙ୍କ ବଦଳିକୁ ବିରୋଧ କରି  ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ରାଇରଙ୍ଗପୁର: ରାଜ୍ୟ ସରକାର ୫-ଟି ଯୋଜନାରେ ସ୍କୁଲ ଉନ୍ନତିକରଣ ନାମରେ ଡିଣ୍ଡିମ ପିଟି ଚାଲୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ପଡ଼ିଛି ତାଲା । ଏଭଳି ଘଟଣା ଘଟିଛି କରଞ୍ଜିଆ ଅଞ୍ଚଳରେ ଥିବା ପଣସପାଳ ପ୍ରାଥମିକ ବିଦ୍ୟାଳୟରେ । ଏହି ସ୍କୁଲରେ ପୂର୍ବରୁ ତିନି ଜଣ ଶିକ୍ଷକ ଥିଲେ ।

କିନ୍ତୁ କିଛି ଦିନ ପୂର୍ବରୁ ଜଣେ ବଦଳି ହୋଇଥିଲେ । ବୁଧବାର ପୁଣି ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣକୁ ଅନ୍ୟତ୍ର ବଦଳି କରି ଦିଆଯାଇଛି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଭିଭାବକ ମାନେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିବା ସହ ଶିକ୍ଷା ବିଭାଗର ବେପରୁଆ କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ପୂର୍ବରୁ ମଧ୍ୟ ଜିଲ୍ଲାରେ ଶିକ୍ଷା ବିଭାଗର ଏପରି ଅନେକ କାର୍ଯ୍ୟକଳାପକୁ ନେଇ ଅନେକ ଅଭିଯୋଗ ହୋଇଆସୁଛି । ବୁଧବାର କିନ୍ତୁ ଅଭିଭାବକମାନେ ଅତିଷ୍ଠ ହୋଇ ଶିକ୍ଷକଙ୍କ ବଦଳିକୁ ବନ୍ଦ କରିବା ଦାବି ନେଇ ସ୍କୁଲ ଘରେ ତାଲା ପକାଇ ଦେଇଛନ୍ତି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.