ETV Bharat / state

ବଜ୍ରକାପ୍ତାର ସ୍ବାବ ରିପୋର୍ଟ ନେଗେଟିଭ

author img

By

Published : May 14, 2021, 2:21 PM IST

ମୟୂରଭଞ୍ଜରେ କୋରୋନା ଆକ୍ରାନ୍ତ ସନ୍ଦେହ କରି ବଜ୍ରକାପ୍ତାର କରାଯାଇଥିବା ସ୍ବାବ ରିପୋର୍ଟ ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

ବଜ୍ରକାପ୍ତାର ସ୍ବାବ ରିପୋର୍ଟ ନେଗେଟିଭ
ବଜ୍ରକାପ୍ତାର ସ୍ବାବ ରିପୋର୍ଟ ନେଗେଟିଭ

ବାରିପଦା: ମୟୂରଭଞ୍ଜରେ ବଜ୍ରକାପ୍ତା ଚୋରା ଚାଲାଣକାରୀ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଜ୍ରକାପ୍ତା କୋଭିଡରେ ଆକ୍ରାନ୍ତ କି ନୁହେଁ ଜାଣିବା ପାଇଁ ବନ ବିଭାଗ ବଜ୍ରକାପ୍ତାର ସ୍ବାବ ପରୀକ୍ଷା ପାଇଁ ପଠାଇଥିଲା । ତେବେ ବଜ୍ରକାପ୍ତାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ବଜ୍ରକାପ୍ତାର ସ୍ବାବ ରିପୋର୍ଟ ନେଗେଟିଭ

ସ୍ବାବ ରିପୋର୍ଟ ନେଗେଟିଭ ଆସିବା ପରେ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ବଜ୍ରକାପ୍ତାକୁ ଛାଡି ଦିଆଯାଇଛି । ରିପୋର୍ଟ ଆସିବା ପରେ ବନବିଭାଗ ଓ ପରିବେଶପ୍ରେମୀ ଆଶ୍ବସ୍ତି ଲାଭ କରିଛନ୍ତି । ସୂଚନା ଥାଉ କି ଗତ ମେ ୬ ତାରିଖ ଦିନ ବାଙ୍ଗରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତ ଗୋହିରାପାଳ ଗାଁରେ ଏକ ୮ କେଜିର ବଜ୍ରକାପ୍ତା ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଏ ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ପୋଲିସର ଏକ ସ୍ବତନ୍ତ୍ର ଟିମ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଚାଲାଣକାରୀ ସିଙ୍କୁ ବାସ୍କେକୁ ଗିରଫ କରିଥିଲା ।

ତେବେ ସିଙ୍କୁର କୋଭିଡ ପରୀକ୍ଷା ପରେ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ପରେ ଉଦ୍ଧାର ବଜ୍ରକାପ୍ତା କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଇ ତାର ମଧ୍ୟ କୋରୋନା ପରୀକ୍ଷା କରିଥିଲା ବନବିଭାଗ । କିନ୍ତୁ ଏହା ନେଗେଟିଭ ଆସିଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.