ETV Bharat / state

ବଜ୍ରକାପ୍ତା ଚୋରା ଚାଲାଣ, 6 ଗିରଫ - Pangolin smuggling

ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ମୂଲଚାଲ ହେଉଥିବା ବେଳେ ବନବିଭାଗ ଚଢାଉ କରି ୬ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି ।

ମୟୁରଭଞ୍ଜରେ ବଜ୍ରକାପ୍ତା ଚୋରା ଚାଲାଣ
author img

By

Published : Oct 21, 2019, 2:37 PM IST

ବାରିପଦା: ପୁଣି ସକ୍ରିୟ ହୋଇଛି ବଜ୍ରକାପ୍ତାର ଚୋରା କାରବାର । ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ମୂଲଚାଲ ହେଉଥିବା ବେଳେ ବନବିଭାଗ ଚଢାଉ କରି ୬ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ।

ବଜ୍ରକାପ୍ତା ଚୋରା ଚାଲାଣ

ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ବୃନ୍ଦାଗଡି ଏବଂ ବାଲିଛତ୍ରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବଜ୍ରକାପ୍ତା କାତି ବେପାର ପାଇଁ ଡିଲ୍‌ ହେଉଥିଲା । ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଏହି ଡିଲ୍ କରୁଥିଲେ । ତିନୋଟି କାତି ୭ ଲକ୍ଷ ଟଙ୍କାରେ ଡିଲ୍ ହେବାବେଳେ ବନବିଭାଗ ୬ ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି । ଗିରଫ ବଜ୍ରକାପ୍ତା କାତି ବେପାରୀମାନେ ହେଲେ ନିଶିକାନ୍ତ ଜେନା, ସୁଦାମ ଖଣ୍ଡେଇ, ସୁକୁଲ ଟୁଡୁ, ଗୁରୁ ଚରଣ ବିନ୍ଧାଣୀ, ରବି ପାତ୍ର, ପ୍ରଶାନ୍ତ କୁମାର ମିଶ୍ର । ଏହା ସହିତ ବେପାରୀଙ୍କ ନିକଟରୁ ଦୁଇଟି ବାଇକ୍ ସହିତ ୩ଟି ବଜ୍ରକାପ୍ତା କାତି ଜବତ କରିଛି ବନବିଭାଗ । ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣରେ ଉଦଳା ଅଞ୍ଚଳର ତିନି ଜଣ ଗିରଫ ହୋଇଥିଲେ । ତେବେ ଏ ସଂପର୍କରେ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ପୁଣି ସକ୍ରିୟ ହୋଇଛି ବଜ୍ରକାପ୍ତାର ଚୋରା କାରବାର । ବଜ୍ରକାପ୍ତା କାତି ବିକ୍ରି ନିମନ୍ତେ ମୂଲଚାଲ ହେଉଥିବା ବେଳେ ବନବିଭାଗ କବଜା ରେ ପଡିଛନ୍ତି ୬ ବଜ୍ରକାପ୍ତା ବେପାରୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳରେ ।Body:ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ବୃନ୍ଦାଗଡି ଏବଂ ବାଲିଛତ୍ରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବଜ୍ରକାପ୍ତା କାତି ବେପାର ପାଇଁ ଡିଲ୍‌ ହେଉଥିଲା । ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଏହି ଡିଲ୍ କରୁଥିଲେ । ତିନୋଟି କାତି ୭ ଲକ୍ଷ ଟଙ୍କାରେ ଡିଲ୍ ହେବାବେଳେ ବନବିଭାଗ ୬ ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଛି । ଗିରଫ ବଜ୍ରକାପ୍ତା କାତି ବେପାରୀମାନେ ହେଲେ ନିଶିକାନ୍ତ ଜେନା, ସୁଦାମ ଖଣ୍ଡେଇ, ସୁକୁଲ ଟୁଡୁ, ଗୁରୁ ଚରଣ ବିନ୍ଧାଣୀ, ରବି ପାତ୍ର, ପ୍ରଶାନ୍ତ କୁମାର ମିଶ୍ର ।ଏହା ସହିତ ବେପାରୀଙ୍କ ନିକଟରୁ ଦୁଇଟି ବାଇକ୍ ସହିତ ୩ଟି ବଜ୍ରକାପ୍ତା କାତି ଜବତ କରିଛି ବନବିଭାଗ । ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣରେ ଉଦଳା ଅଞ୍ଚଳର ତିନି ଜଣ ଗିରଫ ହୋଇଥିଲେ । ତେବେ ଏ ସଂପର୍କରେ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.