ETV Bharat / state

ରକ୍ତାଭାବ ଜନୀତ ସମସ୍ୟାକୁ ଦୃଷ୍ଟିରେ ରଖି ଆମ ପୋଲିସ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ - Bolld donation camp

ରକ୍ତହୀନତା ତଥା ରକ୍ତର ଘୋର ଅଭାବକୁ ନେଇ ଆମ ପୋଲିସ ସମିତି ପକ୍ଷରୁ ଏକ ନିଆରା ପଦକ୍ଷେପ । ରକ୍ତ ଅଭାବରୁ କେହିବି ବଞ୍ଚିତ ହେବେ ନାହିଁ । ଅଧିକ ପଢନ୍ତୁ...

ରକ୍ତର ଅଭାବ ଜନୀତ ସମସ୍ୟାକୁ ଦୃଷ୍ଟିରେ ରଖି ଆମ ପୋଲିସ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ

author img

By

Published : May 16, 2021, 6:34 AM IST

ରାଇରଙ୍ଗପୁର: ବର୍ତ୍ତମାନ କୋରୋନା ମହାମାରୀ ସମୟରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ରାଇରଙ୍ଗପୁର ବ୍ଲଡ଼ ବ୍ୟାଙ୍କ ତରଫରୁ ଆହ୍ବାନ ଦିଆ ଯାଉଥିବା ବେଳେ ରକ୍ତଦାନ ପାଇଁ ଆଗେଇ ଆସିଛି ରାଇରଙ୍ଗପୁର ଉପଖଣ୍ଡର ଆମ ପୋଲିସ ସମିତି ।

ରକ୍ତର ଅଭାବ ଜନୀତ ସମସ୍ୟାକୁ ଦୃଷ୍ଟିରେ ରଖି ଆମ ପୋଲିସ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ

ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଆମ ପୋଲିସ ସମିତି ଓ ଆମ ଓଡ଼ିଶା ପକ୍ଷରୁ ଗୋରୁମହିଷାଣୀ ଥାନାରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ ଫିତା କାଟି ରକ୍ତଦାନ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପ୍ରଥମେ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି ।

କରୋନା କାଳରେ ରକ୍ତର ଘୋର ଅଭାବ ଦେଖା ଦେଇଥିବା ବେଳେ ଏସଡିପିଓଙ୍କ ମହାନତା ଦେଖି ଅନେକ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀ ରକ୍ତଦାନ କରିବାକୁ ଆଗେଇ ଆସିଥିବା ବେଳେ ମୋଟ ୮୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବ୍ଲଡ଼ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ପୋଲିସର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.