ETV Bharat / state

ପୁଣି କଲାପଲସର ଆତଙ୍କ, ସୁନା ବ୍ୟବସାୟୀଙ୍କ ଠାରୁ ଝାମ୍ପି ନେଲେ ଗହଣା ବୋଝେଇ ବ୍ୟାଗ

author img

By

Published : Sep 9, 2021, 7:37 PM IST

ରାଇରଙ୍ଗପୁର ସାପ୍ତାହିକ ହାଟରୁ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ । କଳା ପଲସରରେ ଆସି ଲୁଟିଥିବା ନେଇ ଥାନାରେ ଏତଲା ଦେଲେ ବ୍ୟବସାୟୀ । ପିଛା କରି ପୋଲିସ ବିଫଳ । ଚାଲିଛି ତଦନ୍ତ । ଅଧିକ ପଢନ୍ତୁ...

ପୁଣି କଲାପଲସର ଆତଙ୍କ, ସୁନା ବ୍ୟବସାୟୀଙ୍କ ଠାରୁ ଝାମ୍ପି ନେଲେ ଗହଣା ବୋଝେଇ ବ୍ୟାଗ
ପୁଣି କଲାପଲସର ଆତଙ୍କ, ସୁନା ବ୍ୟବସାୟୀଙ୍କ ଠାରୁ ଝାମ୍ପି ନେଲେ ଗହଣା ବୋଝେଇ ବ୍ୟାଗ

ରାଇରଙ୍ଗପୁର: ସାପ୍ତାହିକ ହାଟରୁ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ। ଏପରି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧୀନସ୍ଥ ଝରାଡିହି ଅଞ୍ଚଳରୁ । ଫାଣ୍ଡି ନିକଟରେ ବସୁଥିବା ସାପ୍ତାହିକ ହାଟରୁ ସୁନାଗହଣା ବେପାରୀଙ୍କ ଠାରୁ କଳା ପଲସରରେ ଆସି ଲକ୍ଷାଧିକ ଟଙ୍କାର ସୁନାଗହଣା ଭର୍ତ୍ତି ବ୍ୟାଗ ଲୁଟି ଫେରାର ହୋଇଥିବାର ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବ୍ୟବସାୟୀ ।

ସୂଚନା ଅନୁସାରେ, ଝରାଡିହି ଠାରେ ବସୁଥିବା ସାପ୍ତାହିକ ହାଟରେ ରାଇରଙ୍ଗପୁର ନିକଟସ୍ଥ ତାମଳବନ୍ଧ ଗ୍ରାମର ନିଳାମ୍ବର ନନ୍ଦ ନାମକ ଜନୈକ ସୁନା ବ୍ୟବସାୟୀ ଦୋକାନ ବସାଇବାକୁ ପ୍ରସ୍ତୁତି କରୁଥିଲେ । ଠିକ ଏହି ସମୟରେ କଳା ପଲସର ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ଗହଣା ଭର୍ତ୍ତି ବ୍ୟାଗ ଝାମ୍ପି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଆଖପାଖ ଦୋକାନୀମାନେ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଲୁଟ୍ ଘଟଣାରେ ୨୫ ରୁ ୩୦ ବର୍ଷ ବୟସ୍କ ୨ଜଣ ଦୁର୍ବୃତ୍ତ ସାମିଲ ଅଛନ୍ତି । ପରେ ଲୁଟର ଶିକାର ଦୋକାନୀ ନିକଟସ୍ଥ ଝାଡଖଣ୍ଡର କୁଆଳି ଥାନାକୁ ଅବଗତ କରାଇଥିଲେ । ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ମଧ୍ୟ ତଲାସରେ ବାହାରିଥିଲେ। ଝାଡ଼ଖଣ୍ଡର କୁଆଳି ଥାନା ପୋଲିସ ଓ ସ୍ଥାନୀୟ ତିରିଂ'ଥାନା ପୋଲିସ ଫେରାର ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କୁ କାବୁ କରିବାରେ ସଫଳ ହୋଇ ପାରି ନ ଥିଲେ ।

ଉକ୍ତ ବ୍ୟାଗରେ ପ୍ରାୟ ୩ଲକ୍ଷ ଟଙ୍କା ମୂଲ୍ୟର ସୁନା ରୁପାର ଅଳଙ୍କାର ଥିବା ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ବ୍ୟବସାୟୀ । ସେପଟେ ଅଞ୍ଚଳରେ ବାରମ୍ବାର ଲୁଟ ଘଟଣା ବୃଦ୍ଧି ପାଉଥିବାବେଳେ ଦିନବେଳା ମଧ୍ୟ ପୋଲିସ ପାଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.