ETV Bharat / state

ଲାଞ୍ଚ ନେବା ମାମଲାରେ OPTCL ଡିଜିଏମଙ୍କୁ ୫ ବର୍ଷ ଜେଲ୍

author img

By

Published : May 17, 2022, 8:27 AM IST

ଲାଞ୍ଚ ନେବା ମାମଲାରେ OPTCL ଡିଜିଏମ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ୍ । ଅଧିକ ପଢନ୍ତୁ

ଲାଞ୍ଚ ନେବା ମାମଲାରେ OPTCL ଡିଜିଏମଙ୍କୁ ୫ ବର୍ଷ ଜେଲ୍
ଲାଞ୍ଚ ନେବା ମାମଲାରେ OPTCL ଡିଜିଏମଙ୍କୁ ୫ ବର୍ଷ ଜେଲ୍

ବାରିପଦା: ଜେଲ୍ ଗଲେ ଓପିଟିସିଏଲ(OPTCL) ଡିଜିଏମ୍ ଯଶୋବନ୍ତ ଚୌଧୁରୀ (Yashwant Choudhry) । ୨୦୧୭ ମସିହାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଯଶୋବନ୍ତଙ୍କୁ ୫ ବର୍ଷର ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ କୁହାଯାଇଛି ।

ସୋମବାର ୨୦୧୭ ମସିହାର ଏହି ଲାଞ୍ଚ ମାମଲାର ବିଚାର କରିଥିଲେ ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଜଜ୍ ଡ. ପ୍ରସନ୍ନ ପଣ୍ଡା ଯଶୋବନ୍ତ ଚୌଧୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୭ ମସିହାରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ବିଦ୍ୟୁତ ବିଭାଗର ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ଅଭିଯୋଗକାରୀ କାର୍ତ୍ତିକେଶ୍ବର ଦତ୍ତଙ୍କ ଏକ ଚାରି ଚକିଆ ଗାଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଭଡା ସୂତ୍ରରେ ଲାଗିଥିଲା । ତାଙ୍କର ଦୁଇ ମାସର ଭଡା ଅର୍ଥ ପ୍ରାୟ ୪୫ ହଜାର ଟଙ୍କାର ବିଲ୍ ଦେବା ପାଇଁ କାର୍ତ୍ତିକେଶ୍ବର ଦତ୍ତଙ୍କୁ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ଯଶୋବନ୍ତ । ତେବେ ଶେଷରେ ୫ ହଜାର ନୁହେଁ, ୩ ହଜାର ଟଙ୍କାର ଲାଞ୍ଚ ଅର୍ଥ ନେବେ ବୋଲି ସେ ରାଜି ହୋଇଥିଲେ ।

ପୂର୍ବରୁ ମଧ୍ୟ ଯଶୋବନ୍ତ ଚୌଧୁରୀ ଏହିପରି ହଇରାଣ ହରକତ କରି ବିଲ୍ ପାସ ପାଇଁ ଲାଞ୍ଚ ଅର୍ଥ ନେଉଥିବା ବେଳେ ବିନା ଲାଞ୍ଚରେ କୋଣସି କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଥିଲା । ଏନେଇ କାର୍ତ୍ତିକେଶ୍ବର ଦତ୍ତ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ ୨୫ ଅକ୍ଟୋବର ୨୦୧୭ରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଯଶୋବନ୍ତ ଚୌଧୁରୀ ଧରା ପଡିଥିଲେ । ତେବେ ଏହାକୁ ନେଇ ଭିଜିଲାନ୍ସ କୋର୍ଟରେ ମାମଲା ବିଚାରଧୀନ ଥିବାବେଳେ, ସେ ଭୁବନେଶ୍ବରରେ ସେକ୍ସନ ୧ ଓପିଟିସିଏଲ ଡିଜିଏମ ଦାୟିତ୍ବରେ କାର୍ଯ୍ୟରତ ଥିଲେ । ସୋମବାର ଉକ୍ତ ଲାଞ୍ଚ ମାମଲାରେ ରାୟ ପ୍ରକାଶ ପାଇଛି ।

ବିଭିନ୍ନ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୭ ଦଫାରେ ୩ ବର୍ଷ କାରାଦଣ୍ଡ ସହ ୧୫ ହଜାର ଜୋରିମାନା ଅନାଦେୟ ୮ ମାସର ଅଧିକ କାରାଦଣ୍ଡ ଏବଂ ୧୩/୨ ଦଫାରେ ୫ ବର୍ଷ ସହ ୨୫ ହଜାର ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି । ତେବେ ଏହା ଭିଜିଲାନ୍ସ କୋର୍ଟ ଦ୍ଵାରା ଏକ ଐତିହାସିକ ରାୟ ବୋଲି କହିଛନ୍ତି ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ସ୍ବରାଜ୍ୟ କୁମାର ରାୟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.