ETV Bharat / state

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ଜଣେ ଆହତ - ଆକ୍ରମଣ

ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆତଙ୍କ। ନିକଟରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରି ଦେଇଥିବା ବେଳେ 10ରୁ ଅଧିକ ଘର ଭାଙ୍ଗି ନଷ୍ଟ କରିଛି । ବୁଧବାର ପ୍ରକାଶ ମହାନ୍ତ ନାମକ ଜଣେ ଯୁବକଙ୍କୁ ହାତୀ ଦଳି ଦେବା ଫଳରେ ଗୁରୁତର ହୋଇପଡିଛନ୍ତି ସେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Aug 8, 2019, 6:43 AM IST

ରାଇରଙ୍ଗପୁର: ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆତଙ୍କ। ନିକଟରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରି ଦେଇଥିବା ବେଳେ 10ରୁ ଅଧିକ ଘର ଭାଙ୍ଗି ନଷ୍ଟ କରିଛି । ଏଥିସହ 2ଟି ଛେଳି ଘର କାନ୍ଥ ତଳେ ଚାପି ହୋଇ ମରି ଯାଇଥିଲେ । ଏତେ ସବୁ ପରେ ବି ଥମିନି ହାତୀ ଆତଙ୍କ । ବୁଧବାର ପ୍ରକାଶ ମହାନ୍ତ ନାମକ ଜଣେ ଯୁବକଙ୍କୁ ହାତୀ ଦଳି ଦେବା ଫଳରେ ଗୁରୁତର ହୋଇପଡିଛନ୍ତି ସେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଗତ 8 ଦିନ ମଧ୍ୟରେ 30ରୁ ଅଧିକ ଘର ଭାଙ୍ଗିବା ସହିତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଅନ୍ୟପଟେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଯଦି ବନ ବିଭାଗ ହାତୀ ଘଉଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କରେ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଜଣାପଡିଛି । ତେଣେ ଏହି ଘଟଣା ପରେ କି ପଦକ୍ଷେପ ଗ୍ରହଣ କରୁଛି ବନ ବିଭାଗ ତାହା ଉପରେ ଜିଲ୍ଲାବାସୀଙ୍କ ନଜର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର (ମୟୁରଭଞ୍ଜ ): ପୁଣି ହାତୀ ଆକ୍ରମଣରେ ଜଣେ ଆହତ । ମୟୁରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆତଙ୍କ। ତେବେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଥିବା ବେଳେ ଆଉ ୧୦ ରୁ ଅଧିକ ଘର ଭାଙ୍ଗିବା ସହିତ ୨ ଟି ଛେଳି ଘର କାନ୍ଥ ତଳେ ଚାପି ହୋଇ ମରି ଯାଇଥିଲେ । କିଛି ସମୟ ଆଗରୁ ପ୍ରକାଶ ମହାନ୍ତ ନାମକ ଜଣେ ଯୁବକଙ୍କୁ ହାତୀ ଦଳି ଦେବା ଫଳରେ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ତେବେ ଗତ ୮ ଦିନ ମଧ୍ୟରେ ୩୦ ରୁ ଅଧିକ ଘର ଭାଙ୍ଗିବା ସହିତ ଜଣଙ୍କର ମୃତ୍ୟୁ ହଇଥିବା ବେଳେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଯଦି ବନ ବିଭାଗ ହାତୀ ଘଉଡେଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କରେ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଜଣାପଡିଛି ।ତେବେ ଏ ଘଟଣା ପରେ କି ପଦକ୍ଷେପ ଗ୍ରହଣ କରୁଛି ବନ ବିଭାଗ ତାହା ଦେଖିବା ପାଇଁ ବାକି ରହିଲା ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.