ETV Bharat / state

ବାରିପଦା ମଣ୍ଡଳ କାରାଗାର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

author img

By

Published : May 10, 2022, 10:39 AM IST

ବାରିପଦା ମଣ୍ଡଳ କାରାଗାରରେ ରାଜେଶ ସିଂ ନାମକ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି । ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବର କରିଥିବା ସନ୍ଦେହ । ଅଧିକ ପଢନ୍ତୁ

ବାରିପଦା ମଣ୍ଡଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆତରଣା ଗାଁର ସ୍ବର୍ଗତ ମଙ୍ଗଲ ସିଂଙ୍କ ୪୦ ବର୍ଷର ପୁଅ ରାଜେଶ ସିଂ । ସୂଚନା ଅନୁଯାୟୀ, ରାଜେଶ ଏକ ଚୋରି ମାମଲାରେ ଗିରଫ ହୋଇ ଗତ ୨ ତାରିଖରେ ବାରିପଦା ଜେଲକୁ ଆସିଥିଲେ । ଗତ ୬ ତାରିଖରେ ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ସଠିକ୍ ଭାବରେ ଜଣାପଡିନଥିବା ବେଳେ ରାଜେଶ ପୂର୍ବରୁ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ବାରିପଦା ମଣ୍ଡଳ କାରାଗାରର ଜେଲର ମଧୁସ୍ମିତା ସେଠୀ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.