ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ଜଣେ ମୃତ, ଜଣେ ଆହତ

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମ ନିକଟସ୍ଥ ୨୨୦ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଅଧିକ ପଢନ୍ତୁ...

author img

By

Published : May 9, 2021, 2:50 PM IST

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମ ନିକଟସ୍ଥ ୨୨୦ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିବା ଫଳରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର

ସୂଚନାଅନୁଯାୟୀ, ବାସିଙ୍ଗି ଗ୍ରାମର ଦୁଇ ଭାଇ ଶ୍ରମିକ ଭାବେ କାମ କରନ୍ତି । ଦୁହେଁ ଏକ ଟ୍ରାକ୍ଟର ବାସିଙ୍ଗି ପଟକୁ ଫେରୁଥିବା ସମୟରେ ହଠାତ୍ ଟ୍ରାକ୍ଟର ସାମ୍ନାକୁ ଏକ ଗୋରୁ ଆସିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣାରେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । ହେଲେ ଦୁଇ ଭାଇ ଟ୍ରାକ୍ଟରରେ ଚାପି ହୋଇ ଯାଇଥିଲେ।

ପରେ ବହଳଦା ଥାନା ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସାନଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବଡଭାଇ ଜଣକ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ୍ୟୁକ (ସାନଭାଇ) ଶ୍ରମିକ ଜଣକ ବାସିଙ୍ଗି ଗ୍ରାମର ମୁକୁନ୍ଦ କାରୁଆ ବୋଲି ଜଣାପଡିଛି। ଆହତ ଥିବା ଅନ୍ୟ ଜଣେ ଶ୍ରମିକ ତଥା ମୃତକଙ୍କ ବଡଭାଇ ପଙ୍କଜ କାରୁଆଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବହଳଦା ଥାନା ପୋଲିସ ଟ୍ରାକ୍ଟରକୁ ଜବତ କରିବା ସହିତ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.