ରାଇରଙ୍ଗପୁର: ବିଦ୍ୟୁତ୍ ଆଘାତରେ ଗୋଟିଏ ଗାଈର ମୃତ୍ୟୁ ଘଟିଛି । ସୋମବାର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌର ପରିଷଦର ୱାର୍ଡ ନଂ 7 କଡରେ ଗୋଟିଏ ଗାଇ ଟ୍ରାନ୍ସଫର୍ମରରେ ଲାଗି ମୃତ୍ୟୁ ବରଣ କରିଛି ।
ସୂଚନା ମବତାବକ, ସୋମବାର ବର୍ଷା ସମୟରେ ପରେଶ ବାରିକଙ୍କ ଗାଈ ଟ୍ରାନ୍ସଫର୍ମର ନିକଟରେ ଚରୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ଗାଇଟିର ମୃତ୍ୟୁ ଘଟିଥିଲା। ଟ୍ରାନ୍ସଫର୍ମରଟି ବିପଦସଙ୍କୁଳ ଅବସ୍ଥାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ କଡ ସ୍ଥିତ ସ୍କୁଲ ନିକଟରେ ରହିଛି । ଯେଉଁଠି ଛାତ୍ରଛାତ୍ରୀଙ୍କ ସହ ସେହି ଗାଁର ଛୋଟ ଛୁଆମାନେ ଟ୍ରାନ୍ସଫର୍ମର ପାଖାପାଖି ଖେଳାଖେଳି କରିଥାନ୍ତି।
ତେବେ ସେଠାରେ କୌଣସି ସୁରକ୍ଷା ବାଡ଼ ନଥିବା ଯୋଗୁଁ ଧନ ଜୀବନ ନଷ୍ଟ ହେବାର ଦେଖାଯାଉଛି । ଏପଟେ ଟ୍ରାନ୍ସଫର୍ମରକୁ ନେଇ ବିଦ୍ୟୁତ ବିଭାଗର ଦୃଷ୍ଟି ପଡିନଥିବା ବେଳେ ନେସ୍କୋ ଅଧିକାରୀଙ୍କୁ ମଧ୍ୟ ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଏପଟେ ଗ୍ରାମର ଲୋକେ ବିଦ୍ୟୁତ ବିଭାଗର ଗାଡିକୁ ଗାଁ ମଧ୍ୟରେ ଅଟକାଇ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ