ETV Bharat / state

ଲକଡାଉନରେ ଲଜ୍ଜାକର ଘଟଣା: ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ, ଜଣେ ଗିରଫ

author img

By

Published : Apr 29, 2020, 9:47 PM IST

Updated : Apr 30, 2020, 1:11 PM IST

ଦିବ୍ୟାଙ୍ଗ ଯୁବତୀ ଜଣକ ନିଜ ଭଉଣୀ ଓ ଭିଣୋଇ ଘରକୁ ବୁଲିବାକୁ ଯାଇଥିଲେ । ତେବେ ମଙ୍ଗଳବାର ଦିନ ପ୍ରାୟ ସାଢେ ୧୨ଟା ବେଳେ ଘରେ କେହି ନଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଲକଡାଉନରେ ଲଜ୍ଜାକର ଘଟଣା: ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ, ଜଣେ ଗିରଫ
ଲକଡାଉନରେ ଲଜ୍ଜାକର ଘଟଣା: ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ରାଇରଙ୍ଗପୁର: ଲକଡାଉନବେଳେ ଘଟିଛି ଲଜ୍ଜାକର ଘଟଣା । ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ । ଗୋରୁମହିଷାଣୀ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ ।

ମୟୂରଭଞ୍ଜ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ଯୁବତୀ ଜଣକ ନିଜ ଭଉଣୀ ଓ ଭିଣୋଇ ଘରକୁ ବୁଲିବାକୁ ଯାଇଥିଲେ । ତେବେ ମଙ୍ଗଳବାର ଦିନ ପ୍ରାୟ ସାଢେ ୧୨ଟା ବେଳେ ଘରେ କେହି ନଥିଲେ । ଏହାର ସୁଯୋଗ ନେଇ ଯୁବତୀ ଜଣଙ୍କୁ ଏକୁଟିଆ ପାଇ ସାନବାଣ୍ଠା ଗ୍ରାମର ମାଠା ମାହାଲି ନାମକ ଜଣେ ବ୍ୟକ୍ତି ତାଙ୍କୁ ପାଶବିକ ଅତ୍ୟାଚାର କରିଥିଲେ । ଏନେଇ ଯୁବତୀଙ୍କ ଭିଣୋଇ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଗୋରୁମହିଷାଣୀ ପୋଲିସ ମାଠା ମାହାଲିକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Apr 30, 2020, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.