ETV Bharat / state

ଆଦିବାସୀ ଦିବସରେ ବିଭିନ୍ନ ଦାବି ନେଇ ଆଦିବାସୀ ନେତାଙ୍କ କୁଶପୁତ୍ତଳିକା ଦାହ

author img

By

Published : Aug 9, 2020, 9:36 PM IST

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପୋଖରିଆ ଠାରେ ଆଦିବାସୀ ଦିବସରେ ୫ ଦଫା ଦାବିରେ 3 ଆଦିବାସୀ ନେତାଙ୍କ କୁଶପୁତ୍ତଳିକା ଦାହ କଲେ ସେଙ୍ଗଲ ଅଭିଯାନ ସଂଗଠନ। ଅଧିକ ପଢନ୍ତୁ.....

ଆଦିବାସୀ ଦିବସରେ ବିଭିନ୍ନ ଦାବିନେଇ ଆଦିବାସୀ ନେତାଙ୍କ କୁଶପୁତ୍ତଳିକା ଦାହ

ମୟୂରଭଞ୍ଜ: ବିଶ୍ବ ଆଦିବାସୀ ଦିବସ ଅବସରରେ ଆଦିବାସୀ ନେତା ସାଲଖାନ ମୁର୍ମୁଙ୍କ ଆହ୍ବାନ କ୍ରମେ ଆଦିବାସୀ ସେଙ୍ଗଲ ଅଭିଯାନ ଜିଲ୍ଲା ସମିତି ପକ୍ଷରୁ ଉଲଗୁଲାନ ସଂକଳ୍ପ ଦିବସ ରୂପେ ପାଳନ କରାଯାଇଅଛି । ଏହି ଉଲଗୁଲାନ ସଂକଳ୍ପ ଦିବସ ଅବସରରେ ଆଦିବାସୀ ମାନଙ୍କର ଭାଷା, ସଂସ୍କୃତି, ଜାତିଧର୍ମର ସୁରକ୍ଷା ଏବଂ ଆଦିବାସୀମାନଙ୍କର ଜୀବନ ରକ୍ତ ଓ ବିକାଶ ସହିତ ଜଡ଼ିତ 5ଟି ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।

ତେବେ ବାରମ୍ବାର ଅନଶନ, ଆନ୍ଦୋଳନ ଜାରି ରହିଥିଲେ ସୁଦ୍ଧା ସାମ୍ବିଧାନିକ ମୁଖ୍ୟପଦବୀରେ 3 ଆଦିବାସୀ ନେତା ଥାଇ ମଧ୍ୟ ଆଦିବାସୀମାନଙ୍କର ବିକାଶ ଦିଗରେ କୌଣସି ସମସ୍ୟାର ସମାଧାନ ହେଉ ନଥିବା ଅଭିଯୋଗ ହୋଇଛି । ତେଣୁ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଝାଡଖଣ୍ଡ ରାଜ୍ୟର ରାଜ୍ୟପାଳ ଦ୍ରୋପଦୀ ମୁର୍ମୁ ଏବଂ ଝାଡଖଣ୍ଡ ରାଜ୍ୟ ବିଧାନସଭାର ବିରୋଧୀ ଦଳର ନେତା ବାବୁଲାଲ ମାଣ୍ଡିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକସ୍ଥିତ ପୋଖରୀଆ ଗ୍ରାମପଞ୍ଚାୟତ ସମ୍ମୁଖରେ ।

ତେବେ ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ରହିଛି, ଇଂରେଜମାନଙ୍କ ବିରୋଧରେ ଲଢ଼ିଥିବା ଆଦିବାସୀ ସମ୍ପ୍ରଦାୟର ବୀର ଶହୀଦ ସିଦୋ ମୂମୁଁ ବଂଶଧର ରାମେଶ୍ଵର ମୁର୍ମୁଙ୍କ ହତ୍ୟାର ସିବିଆଇ ଯାଞ୍ଚ ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା, ସାନ୍ତାଳୀ ଭାଷାକୁ ଝାଡଖଣ୍ଡ ରାଜ୍ୟର ପ୍ରଥମ ରାଜଭାଷା ମାନ୍ୟତା, ସିଦୋ ମୁର୍ମୁ ଓ ବିର୍ଶା ମୁଣ୍ଡାଙ୍କ ବଂଶ ପରିବାରକୁ ନ୍ୟାୟ, ସୁରକ୍ଷା, ସମୃଦ୍ଧି ପାଇଁ ଦୁଇଟି ଟ୍ରଷ୍ଟ ଗଠନ କରି ପ୍ରତି ବର୍ଷ ୧୦୦ କୋଟି ଟଙ୍କା ଲେଖାଏଁ ଜମା ରାଶି ପ୍ରଦାନ କରିବା । ତେବେ ଆଗାମୀ ଦିନରେ ଉକ୍ତ 5ଟି ସମସ୍ୟା ସମାଧାନ ନ ହେଲେ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.