ETV Bharat / state

ବୃଦ୍ଧାଙ୍କୁ ହତ୍ୟା ପରେ ପାହାଡରେ ଫିଙ୍ଗି ଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Dec 10, 2022, 10:11 AM IST

ସାଲେଇବେଡା ଗ୍ରାମରେ ବୃଦ୍ଧା କାଇରା ନିଖୋଜ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । କାଇରାଙ୍କୁ ହତ୍ୟା ପରେ ପାହାଡରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ବୃଦ୍ଧାଙ୍କୁ ହତ୍ୟା ପରେ ପାହାଡରେ ଫିଙ୍ଗି ଦେଲେ ଅଭିଯୁକ୍ତ

ରାଇରଙ୍ଗପୁର: ପୂର୍ବ ଶତ୍ରୁତାରୁ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ପାହାଡରେ ଫିଙ୍ଗି ଦେଲେ ଅଭିଯୁକ୍ତ । ମୟୂରଭଞ୍ଜ ସାଲେଇବେଡା ଗ୍ରାମ ମଥୁରା ସାହିରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ଏକ ମାସ ପରେ ଘଟଣାର ପର୍ଦ୍ଦାଫାସ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜଣେ ଅଭିଯୁକ୍ତ ଫେରାର ରହିଥିବା ସୂଚନା । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି କାଇରା ବିରୁଆ । ଗିରଫ ଅଭିଯୁକ୍ତ ମାନେ ହେଲେ ସଲେଇବେଡା ଗ୍ରାମର ବାନ୍ଧୁ ବାଲମୁଚୁ, ଶ୍ୟାମ ସିଂ ସୟ, ଘନ ବାଲମୁଚୁ, ଦିନବନ୍ଧୁ ବାଲମୁଚୁ ।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ଦିନ କାଇରା ବିରୁଆ ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ନଭେମ୍ବର ୨୦ ତାରିଖରେ କାଇରାଙ୍କ ମଝିଆଁ ପୁଅ ଜଗା ବିରୁଆ ମାଆ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ଠାକୁରମୁଣ୍ଡା ପୋଲିସ ଅନୁସନ୍ଧାନ ଜାରି ରଖିଥିଲା । ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା ।

ନଭେମ୍ବର ୧୧ ତାରିଖ ଦିନ କାଇରା ହାଟରୁ ଫେରିବା ବାଟରେ ଅଭିଯୁକ୍ତ ମାନେ ତାଙ୍କୁ ହତ୍ୟା କରିଥିଲେ । ଏହାପରେ ଜଣେ ଅଭିଯୁକ୍ତ ଗୋଟିଏ ରାତି ଘରେ କାଇରାଙ୍କ ମୃତଦେହ ରଖି ପରଦିନ ଭୋର ସମୟରେ ନିକଟସ୍ଥ ପାହାଡ଼ରେ ଫିଙ୍ଗି ଦେଇଥିଲେ । ଏହାପରେ କାଇରାର ପତ୍ତା ପାଇପାରିନଥିଲେ ପରିବାର ଲୋକେ । ଶେଷରେ ପୋଲିସର ତଦନ୍ତ ପରେ ଜମିଜମା ବିବାଦକୁ ନେଇ କାଇରାଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା ।

ପୂର୍ବରୁ କାଇରାଙ୍କ ବାପାଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ

ପୂର୍ବରୁ ମଧ୍ୟ କାଇରାଙ୍କ ବାପାକୁ ହତ୍ୟା କରାଯାଇଥିଲା । ସେତେବେଳେ ମଧ୍ୟ ଅଭିଯୁକ୍ତ ବାନ୍ଧୁ ବାଲମୁଚୁ ଏବଂ ଘନ ବାଲମୁଚୁର ବାପା କାଇରାଙ୍କ ବାପାକୁ ହତ୍ୟା କରି ଜେଲ ଯାଇଥିଲେ । ଏହି ଲିଙ୍କକୁ ବ୍ୟବହାର କରି ହତ୍ୟାକାଣ୍ଡ ଉପରୁ ପରଦା ହଠାଇଥିଲା ପୋଲିସ। ସନ୍ଦେହରେ ୪ ଜଣଙ୍କୁ ଆଣି ଥାନାରେ ପଚରାଉଚରା ପରେ ସତ ମାନିଥିଲେ ଅଭିଯୁକ୍ତ । ଗତକାଲି(ଗୁରୁବାର) ପୋଲିସ ତିରିଂ ବୁରୁ ପାହାଡ଼ରୁ ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଠାକୁରମୁଣ୍ଡା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୪ ଜଣ ହତ୍ୟାକାରୀକୁ ଗିରଫ ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପାଣ୍ଡୁ ବାଙ୍କିରା ଫେରାର ରହିଛି । ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.