ବାରିପଦା: ଅସହ୍ୟ ତାତିରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ଆସୁଛି । ଏଥର ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇପାଳ ଗାଁରୁ । ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଅର୍ଜୁନ ବିଶ୍ବାଳ ।
ଶନିବାର ସେ ନିଜ ଘର ବାରଣ୍ଡାରେ ବସିଥିବା ଥିବା ହଠାତ୍ ଅଚେତ ହୋଇପଡିଥିଲେ। ପରିବାରଲୋକେ ସଙ୍ଗେସଙ୍ଗେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚିବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ