ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ମୃତ

author img

By

Published : Dec 19, 2019, 11:41 AM IST

ମୟୂରଭଞ୍ଜରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ବୁଧବାର ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

elephant attack
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆକ୍ରମଣ । ବୁଧବାର ରାତିରେ ପୁଣି ହାତୀ ଆକ୍ରମଣରେ ଦୈତାରୀ ନାଏକ ନାମକ ଜନୈକ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

ବୁଧବାର ରାତି 8ଟା ସମୟରେ ହାତୀପଲ ଏକତାଳି ଜଙ୍ଗଲରୁ ବାହାରି ବାଟଗୌଡ଼ଗାଁ ଦେଇ ଆସିବା ବେଳକୁ ତାଙ୍କ ସାମ୍ନାକୁ ଦୈତାରୀ ନାଏକ ଆସିଯାଇଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ଆକ୍ରମଣ କରିବା ପାଇଁ ଗୋଡାଇଥିଲା ଫଳରେ ଏକ କୂଅ ଭିତରେ ଦୈତାରୀ ଖସି ପଡିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ହାତୀ ନିକଟରେ ଥିବାରୁ ଗ୍ରାମବାସୀ କିମ୍ବା ବନବିଭାଗ କର୍ମଚାରୀ ଶ୍ରୀ ନାଏକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହୋଇଥିଲା । ହାତୀ ଯିବାପରେ ଗ୍ରାମବାସୀ ମାନେ କୂଅରୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଏଇ ଘଟଣାକୁ ନେଇ ବନ ବିଭାଗକୁ ଦାୟୀ କରାଯାଇ କିଛି ସମୟ ଧରି ଗାଁରେ ଉତ୍ତେଜନା ଦେଖାଦେଇଥିଲା । ତେବେ ମୃତକ ପରିବାରଙ୍କୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ନିକଟରେ ଥିବା ହାତୀ ପଲଙ୍କୁ ତୁରନ୍ତ ଘଉଡେଇବା ଦାବି କରିଛନ୍ତି ପରିବାର ତଥା ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ। ମୟୁରଭଞ୍ଜ ଜିଲ୍ଲାରେ ଥମିବାର ନା ଧରୁନି ହାତୀ ଆକ୍ରମଣ, ଗତକାଲି ରାତିରେ ପୁଣି ହାତୀ ଆକ୍ରମଣରେ ଦୈତାରି ନାଏକ ନାମକ ଜନୈକ ବୃଦ୍ଧଙ୍କୁ ହାତୀ ଆକ୍ରମଣ କରିବା ଯୋଗୁଁ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ରାତ୍ରୀ ପ୍ରାୟ ୮ ଘଟିକା ସମୟରେ ୨୨ ଟିକିଆ ହାତୀପଲ ଏକତାଳି ଜଙ୍ଗଲରୁ ବାହାରି ବାଟଗୌଡ଼ଗାଁ ଦେଇ ଆସିବା ବେଳକୁ ଗାଁ ମୁଣ୍ଡରେ ଥିବା ଦୈତାରୀ ନାଏକଙ୍କ ଘର ନିକଟତର ହାତୀପୋଲ ହେବାରୁ ଦୈତାରି ନାଏକ ଘରୁ ବାହାରକୁ ଯିବା ସମୟରେ ଏକ ଦନ୍ତା ହାତୀ ଆକ୍ରମଣ କରିବା ପାଇଁ ଦୌଡାଇବା ବେଳେ ଏକ ମୁକୁଳା କୂଅରେ ଦୈତାରୀ ନାଏକ ଖସି ପଡିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।ହାତୀ ନିକଟରେ ଥିବାରୁ ଗ୍ରାମବାସୀ କିମ୍ବା ବନବିଭାଗ କର୍ମଚାରୀ ଶ୍ରୀ ନାଏକଙ୍କୁ ବଞ୍ଚାଇ ପାରି ନଥିଲେ । ବହୁ ବିଳମ୍ବରେ ସେଠାରୁ ହାତୀ ଯିବାରୁ ଗ୍ରାମବାସୀ ସଙ୍ଗେ ସଙ୍ଗେ କୂଅରୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ମୃତକ ର ଶବ ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏଇ ଘଟଣାକୁ ନେଇ ବନ ବିଭାଗକୁ ଦୋଷ ଦେଇ କିଛି ସମୟ ପାଇଁ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ମୃତକ ପରିବାରଙ୍କୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ନିକଟରେ ଥିବା ହାତୀ ପୋଲକଙ୍କୁ ତୁରନ୍ତ ଘଉଡେଇବା ଦାବି କରିଛନ୍ତି ପରିବାର ତଥା ଗ୍ରାମବାସୀ ।ସେହିପରି ଆଜକୁ ୨୦ଦିନରୁ ଅଧିକ ସମୟ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରବରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିପରି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ୧୦ରୁ ଅଧିକ ଘର ମଧ୍ୟ ଭାଙ୍ଗିଥିବା ଅଭିଯୋଗ ହୋଇଛି ।ସେହିପରି ହାତୀ ଘଉଡେଇବା ଦିଗରେ ବନ ବିଭାଗ କର୍ମଚାରୀ ଠିକ ସେ ପଦକ୍ଷେପ ଗ୍ରହଣ କରୁନଥିବା କାରଣ କଣ ଥାଇ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.