ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା କାଠପାଳ ଗାଁରେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଚାଷ ଜମିରେ କାର୍ଯ୍ୟ କରୁଥିବା ବୃଦ୍ଧଙ୍କ ମୃତ୍ୟୁ। ମୃତକ ଜଣକ ହେଲେ କାଠପାଳ ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଭାସ୍କର ଚନ୍ଦ୍ର ମହାନ୍ତି।
ସୂଚନାନୁଯାୟୀ ଭାସ୍କର ନିଜ ଚାଷ ଜମିରେ କାମ କରୁଥିବା ସମୟରେ ହଠାତ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ତାଙ୍କ ଉପରେ ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ମୃତକଙ୍କୁ କ୍ଷତିପୂରଣ ଦାବିରେ ଗାଁ ଲୋକ ମୃତଦେହକୁ ଅଟକ ରଖିବା ସହ ତୁରନ୍ତ ପୁରୁଣା ବିଦ୍ୟୁତ୍ ଖୁଣ୍ଟ ଗୁଡିକୁ ବଦଳାଇ ପାଇଁ ଦାବି କରିଛନ୍ତି । ତେବେ ବିଦ୍ୟୁତ୍ ବିଭାଗର କର୍ମଚାରୀ କେହି ଘଟଣା ସ୍ଥଳରେ ପହଞ୍ଚି ନ ଥିବା ବେଳେ ବେତନଟୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ