ETV Bharat / state

ଚାଳ ଛପର ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ, ଅପେକ୍ଷା ପକ୍କା ଘରକୁ - ଭଙ୍ଗା ଦଦରା ଚାଳ ଘର

ଭଙ୍ଗା ଦଦରା ଘର ଭିତରେ ଦୁଃଖ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ଭୂମିହୀନ ବୃଦ୍ଧ ଦମ୍ପତି । ସରକାରୀ ଯୋଜନା ପାଲଟିଛି ସାତ ସପନ । ଅଧିକ ପଢନ୍ତୁ...

ଚାଳ ଛପର ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ, ଅପେକ୍ଷା ପକ୍କା ଘରକୁ

author img

By

Published : Jun 13, 2021, 1:18 PM IST

ରାଇରଙ୍ଗପୁର: ଭଙ୍ଗା ଦଦରା ଚାଳ ଘର । ପୁଣି କେଉଁଠି କାନ୍ଥ ଫାଟି ଆଁ କରିଛି । ଯେଉଁଠି ଖାଇବା ସେଇଠି ଶୋଇବା । ବର୍ଷା ହେଲେତ କଥା ସରିଲା । ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବା ଏହି ଘରେ ରହୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଗିଦିଘାଟୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଦିଘାଟୀ ଗ୍ରାମର ବୃଦ୍ଧ ଦମ୍ପତି ଫୁଲେଶ୍ବରୀ ପାତ୍ର ଓ ତାଙ୍କ ସ୍ବାମୀ ସୁଗୁଦା ପାତ୍ର ।

ଚାଳ ଛପର ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ, ଅପେକ୍ଷା ପକ୍କା ଘରକୁ

ଏହି ବୃଦ୍ଧ ଦମ୍ପତି ଦ୍ବୟ ପରିଣତ ବୟସରେ ନଡାଛପର ଯୁକ୍ତ କଚ୍ଚା ଘରେ ବହୁ କଷ୍ଟରେ ବସବାସ କରୁଛନ୍ତି । ସାମାନ୍ୟ ବର୍ଷାରେ ପାଣି ଝରି କାନ୍ଥ ଏବଂ ଘରର ଚଟାଣ ଅଦା ହୋଇ ପଡୁଥିବା ବେଳେ ଘର କାନ୍ଥ ଦୁର୍ବଳ ହୋଇ ରହିଛି । କେଉଁ ମୁହୁର୍ତ୍ତରେ ଘରର କାନ୍ଥ ଭୁଶୁଡି ପଡି ଜୀବନ ଚାଲିଯିବା ତାହା କାହାକୁ ବି ଜଣା ନାହିଁ ।

ମୌସୁମୀ ବର୍ଷା ଋତୁ ପାଖେଇ ଆସୁଥିବାବେଳେ ଦୁଃଖ ଦୁର୍ଦ୍ଦଶା ରେ ରହୁଥିବା ଏହି ବୃଦ୍ଧ ଦମ୍ପତି ଆଶା ଆଶଙ୍କାରେ ସମୟ ଅତିବାହିତ କରି ଚାଲିଛନ୍ତି। ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିବା ବେଳେ କିନ୍ତୁ ଏସବୁରୁ ବଞ୍ଚିତ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତି । ଯାହା ଏ ଘରର ଚିତ୍ର ହିଁ ବୟାନ କରୁଛି । ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଏହି ବୃଦ୍ଧ ଦମ୍ପତି ଏବେ ଅନାଇ ବସିଛନ୍ତି ।

ତେବେ ନିଜ ସମ୍ପର୍କିୟ ମାମୁଁ'ଙ୍କ ଜାଗାରେ ଘର କରି ବସବାସ କରିଆସୁଛନ୍ତି ଏହି ଭୂମିହୀନ ଦମ୍ପତି। ଦମ୍ପତିଙ୍କ ଗୋଚିଏ ପୁଅ ଥିବା ବେଳେ ଏଠାରେ ମୁଣ୍ଡ ଗୁଞ୍ଜିବାକୁ ଯାଗା ନଥିବାରୁ ବିବାହ କରି ସେ ଅନ୍ୟତ୍ର ରହୁଥିବା ଜଣାପଡିଛି । ଭୂମିହୀନ ହୋଇଥିବାରୁ ଏମାନଙ୍କୁ ସରକାରୀ ଆବାସ ଯୋଜନାରେ ଘରଟିଏ ମଧ୍ୟ ମିଳିପାରୁ ନାହିଁ।

ବର୍ତ୍ତମାନ ଏମାନଙ୍କ ସ୍ଥିତିକୁ ନଜରରେ ରଖି ତୁରନ୍ତ ସହାୟତାର ଆବଶ୍ୟକ ରହି ଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ଜମିପଟ୍ଟା ପ୍ରଦାନ ସହିତ ସରକାରଙ୍କ ଆବାସ ଯୋଜନାରେ ପକ୍କା ଗୃହଟିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.