ETV Bharat / state

Corona Awareness: କଟକରୁ ଦିଲ୍ଲୀକୁ ଅଜୟଙ୍କ ପଦଯାତ୍ରା - କୋଭିଡ ସଚେତନତା ପଦଯାତ୍ରା

କୋରୋନା ଦୃତ ଗତିରେ ମାଡ଼ି ଆସୁଥିବାବେଳେ, ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ନିଶ୍ଚିନ୍ତକୋଇଲି ଉତଥକା ଗାଁର ଅଜୟ କୁମାର ବେହେରା । ଅଧିକ ପଢନ୍ତୁ

odisha youth foot marching to delhi from cuttack for covid awareness
କଟକରୁ ଦିଲ୍ଲୀକୁ ପଦଯାତ୍ରା
author img

By

Published : Jul 15, 2022, 2:44 PM IST

ରାଇରଙ୍ଗପୁର: ପୁଣି ଥରେ କଡ ଲେଉଟାଇଲାଣି କୋରୋନା ମହାମାରୀ । କୋରୋନା ଦୃତ ଗତିରେ ମାଡ଼ି ଆସୁଥିବାବେଳେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ନିଶ୍ଚିନ୍ତକୋଇଲି ଉତଥକା ଗାଁର ଅଜୟ କୁମାର ବେହେରା । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜୁଲାଇ ୬ ତାରିଖ କଟକ ସ୍ଥିତ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ପୀଠରୁ ପଦଯାତ୍ରାରେ ବାହାରିଥିଲେ । ଗତକାଲି(ଗୁରୁବାର) ଅଜୟ ରାଇରଙ୍ଗପୁରରେ ପହଞ୍ଚିଥିଲେ ।

କଟକରୁ ଦିଲ୍ଲୀକୁ ପଦଯାତ୍ରା

ଆଜି(ଶୁକ୍ରବାର) ଟାଟାନଗର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିବାବେଳେ, ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଓ ହାତକୁ ବାରମ୍ବାର ସାବୁନରେ ଧୋଇବା ପାଇଁ ଅନୁରୋଧ କରୁଛନ୍ତି । ତେବେ କୋରୋନା ସଚେତନତାର ବାର୍ତ୍ତା ଦେବା ସହିତ ଦିଲ୍ଲୀ ପହଞ୍ଚି ଓଡ଼ିଶା ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବୋଲି କହିଛନ୍ତି ଅଜୟ । ଜଣେ ଜନସାଧାରଣଙ୍କ ଏ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.